କାଶୀପୁର,୮/୩(ରତ୍ନାକର ନାୟକ):ପ୍ରାକୃତିକ ସୌନ୍ଦର୍ଯ୍ୟ , ଖଣିଜ ସମ୍ପଦରେ ଭରାଏବଂ ବିଶିଷ୍ଟ ବ୍ୟକ୍ତି ଙ୍କୁ କୋଳ ମଣ୍ଡନ କରିଥିବା ରାୟଗଡ଼ା ମାଟିରେ ଜନ୍ମିତ ଡ଼,ଲୋପାମୁଦ୍ରା ପ୍ରିୟଦର୍ଶିନୀ ସିଏସ ଆର ବୃତ୍ତିଧାରୀ ଭାବେ ବିଶ୍ୱ ସ୍ତରରେ ସ୍ୱୀକୃତି ଲାଭ କରିଛନ୍ତି ।ରାୟଗଡ଼ା ଜିଲ୍ଲାର ଗର୍ବ ଗୌରବ ଡ଼, ଲୋପାମୁଦ୍ରା ଙ୍କୁ ଗତ କିଛିଦିନ ତଳେ ନବମ ଇଣ୍ଡିଆ ସିଏସଆର ପୁରସ୍କାର ସମାରୋହରେ ତାଙ୍କୁ କର୍ପୋରେଟ ସାମାଜିକ ଦାୟୀତ୍ବ ଏବଂ ନିରନ୍ତର ତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ” ଦ ଇଣ୍ଡିଆ ସିଏସଆର ପ୍ରଫେସନାଲ ଅଫ ଦି ଇୟର ଆୱାର୍ଡସ 2021ଏବଂ ୱାଲର୍ଡ ସିଏସ ଆର ଡେ ତରଫରୁ ଦ ଗ୍ଲୋବାଲ ସିଏସଆର ଚମ୍ପିୟାନ ଭାବେ ସମ୍ବର୍ଦ୍ଧିତ କରାଯାଇଛି ।ଭାରତ ଏବଂ ଭାରତ ବାହାରର ବିଭିନ୍ନ ସ୍ଥାନ ପରିଭ୍ରମଣ କରିଥିବା ଡକ୍ଟର ଲୋପାମୁଦ୍ରା ସୁଦୂର ଗ୍ରୀସ ଦେଶରୁ ନିଜ ମାଟିକୁ ଫେରିଆସି ଅନୁଭୂତି କୁ ଅଞ୍ଚଳର ଗୋଷ୍ଠି କୁ ସହାୟତା, ଗ୍ରାମ ବିକାଶ,ଆଦିବାସୀ କଲ୍ୟାଣରେ ମନୋନିବେଶ କରିଛନ୍ତି ।
ପ୍ରତିଷ୍ଠିତ ଆଦିତ୍ୟ ବିର୍ଲା ଗ୍ରୁପ ର ହିଣ୍ଡାଲ କୋ ଇଣ୍ଡଷ୍ଟ୍ରିସ ଲିମିଟେଡ଼ ଏବଂ ୟୁ ଏ ଆଇ ଏଲ, ସି ଏସ ଆର ତାଙ୍କୁ ଗୁରୁ ଦାୟୀତ୍ୱ ଦେଇ ଜିଏମ ସିଏସ ଆର ଆଣ୍ଡ କମ୍ୟୁନିଟି ରିଲେସନ ପଦବୀରେ ଆସୀନ କରି ଲୋକଙ୍କ ସେବା କରିବାର ସୁଯୋଗ ଦେଇ ଥିବାରୁ ନିଜକୁ ଧନ୍ୟ ମନେ କରିଛି ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ତାଙ୍କର ଅଗ୍ରାଧିକାର ବିଷୟ ବସ୍ତୁଗୁଡିକ ମଧ୍ୟରେ ମହିଳା ଶିଶୁ ବିକାଶ, ସଶକ୍ତିକରଣ, ଶିକ୍ଷା, ସମାନ ଅଧିକାର, ଲିଙ୍ଗଗତ ବିବିଧ ତା, ନିଶା ନିବାରଣରେ ସଚେତନତା ସୃଷ୍ଟି ଏବଂ ସର୍ବୋପରି ଆଦିବାସୀସମୁଦାୟ ବିକାଶ। ତାଙ୍କ ପ୍ରତିଟି ପ୍ରୟାସ ହେଉଛି ଯୋଜନା ପ୍ରସ୍ତୁତି, ସୁରକ୍ଷା, ସଂରକ୍ଷଣ, ଏବଂ ସମୃଦ୍ଧ ବ୍ୟକ୍ତି ବିଶେଷ ତଥା ଗୋଷ୍ଠି ବିକାଶ ଆଧାରିତ । ଡ଼ ଲୋପମୁଦ୍ରା ସଫଳତା ରେ ୟୁଏଆଇଏଲ ର ଅଧିକାରୀ ଏବଂ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ବିଶେଷ ଅଭିନନ୍ଦନ ଜଣାଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |