ଅପରାଧିଙ୍କୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନଙ୍କୁ କେବେ କ୍ଷମା କରନ୍ତୁ ନାହିଁ

କୋଲକାତା ୨୩/୦୩: ପଶ୍ଚିମବଙ୍ଗର ବୀରଭୂମରେ ଘଟିଥିବା ହୃଦୟ ବିଦାରକ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ୧୨ରୁ ଉର୍ଦ୍ଧ୍ବ ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୁତ୍ତ । ଫଳରେ ୮ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ୨ ଜଣ ଶିଶୁ ମଧ୍ୟ ଥିଲେ । ଘଟଣାକୁ ନେଇ ମର୍ମାହତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଃଖ ପ୍ରକାଶ କରିବା ସହିତ ଟ୍ବିଟ୍‌ କରି ମୋଦି କହିଛନ୍ତି, ‘ପଶ୍ଚିମବଙ୍ଗର ବୀରଭୂମରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରୁଛି । ମୃତକଙ୍କ ପରିବାର ପ୍ରତି ସମେବଦନା ଜଣାଉଛି । ଆଶା କରୁଛି ରାଜ୍ୟ ସରକାର ମହାନ୍ ବେଙ୍ଗଲ ମାଟିରେ ଏଭଳି ଜଘନ୍ୟ ପାପ କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।’ ଲୋକଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ଏଭଳି ଜଘନ୍ୟ କାଣ୍ଡ ଘଟଣା ଘଟାଇଥିବା ଅପରାଧିଙ୍କୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନଙ୍କୁ କେବେ କ୍ଷମା କରନ୍ତୁ ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: