ଅପହୃତ ହେଉଛି କେନ୍ଦ୍ରାପଡ଼ାର ସ୍ୱାଭିମାନ!

ଭୁବନେଶ୍ୱର,୩ା୬(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା କହିଲେ ଲୋକେ କହନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ କର୍ମ ଭୂମି । ଯେତେ ବେଳେ ଓଡ଼ିଶାର ପାଂଚଟି ସ୍ଥାନରୁ ହାରିଯାଇଥିଲେ ମଧ୍ୟ ବିଜୁ ବାବୁ ସେତେ ବେଳେ କେନ୍ଦ୍ରପଡ଼ା ମାଟି ହିଁ ତାଙ୍କ ସମ୍ମାନ ଆଉ ସ୍ୱାଭିମାନକୁ ରକ୍ଷା କରିଥିଲା । ସେ ୧୯୭୧ ଉପ ନିର୍ବାଚନରେ ରାଜନଗର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ଏହା ପରଠାରୁ ସେ କେନ୍ଦ୍ରାପଡ଼ାର ସାଂସଦ ହେବା ସହିତ ବିଧାୟକ ହୋଇଥିଲେ । ୧୯୫୨ରେ ନିତ୍ୟାନନ୍ଦ କାନୁନ୍‌ଗୋ କେନ୍ଦ୍ରାପଡ଼ାର କଂଗ୍ରେସ ଦଳରୁ ଲୋକସଭାକୁ ବିଜୟୀ ହୋଇଥିଲେ । ଏହା ପର ଠାରୁ କେନ୍ଦ୍ରାପଡ଼ାର ସ୍ୱାଭୀମାନି ଭୋଟର ଅଣକଂଗ୍ରେସ ଦଳକୁ ବିଜୟୀ କରିବାରେ ଅଧିକ ଆନନ୍ଦ ପ୍ରକାଶ କରୁଛନ୍ତି । ୧୯୭୭ରୁ ୧୯୮୪ ପର୍ଯ୍ୟନ୍ତ ବିଜୁ ବାବୁ ଲୋକସଭାରେ କେନ୍ଦ୍ରାପଡ଼ାର ଆସନରୁ ପ୍ରତିନିଧିତ୍ୱ କରିଥିଲେ । ହେଲେ ଆଳି ବିଧାନସଭାରୁ ହାରିଯାଇଥିବା ଜନତା ଦଳର ବରିଷ୍ଠ ନେତା ଆଳିର ରାଜା ଶରତ କୁମାର ଦେବଙ୍କୁ ଏହି କେନ୍ଦ୍ରାପଡ଼ା ଆସନକୁ ଛାଡ଼ିଦେଇଥିଲେ । ୧୯୮୫ ମସିହାରେ ହୋଇଥିବା ଉପନିର୍ବାଚନରେ ଶରତ କୁମାର ଦେବ ଏହି କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହୋଇ ସଂସଦକୁ ଯାଇଥିଲେ । ଏସବୁ ଭିତରେ ୧୯୫୭ ମସିହାରୁ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅଣକଂଗ୍ରେସ ପ୍ରାର୍ଥୀମାନେ ବିଜୟୀ ହୋଇ କେନ୍ଦ୍ରାପଡ଼ାର ଲୋକମାନେ ବିଜୁବାବୁଙ୍କ ପ୍ରତି ତାଙ୍କ ଭଲ ପାଇବାକୁ ପ୍ରଦର୍ଶନ ଜାରିରଖିଛନ୍ତି । ଏମିତିକ ତାଙ୍କ ଅବର୍ତ୍ତମାନରେ ନିର୍ବାଚନ ଆସିଲେ କେବଳ ବିଜୁ ବାବୁଙ୍କ ଛବି ହିଁ ଜିଲାସାରା ଛାଇଯାଏ । ପ୍ରାର୍ଥୀଙ୍କ ଫଟୋ ସହିତ ବିଜୁ ବାବୁଙ୍କ ଫଟୋଆଜିର ବିଜୁ ଜନତା ଦଳ ବିଜୁ ବାବାୁଙ୍କ ଫଟୋ ଚିତ୍ର ମାଧ୍ୟରେ କେନ୍ଦ୍ରାପଡ଼ା ବସୀଙ୍କ ମନରୁ ତାଙ୍କ ପଅତି ଭଲ ପାଇବାକୁ ଅପାସୋରା କରିଥାନ୍ତି ଭୋଟରମାନେ । ଏହି ପରମ୍ପରା ଆଜି ପର୍ଯ୍ୟନ୍ତ ବଂଚିରହିଛି । ବିଜୁ ବାବୁଙ୍କ ପ୍ରତି ଭଲ ।ଇବା ମଧ୍ୟ ଅତୁଟ ରହିଛି । ହେଲେ ଯେଉଁ ବିଜୁ ବାବୁ ଦିନେ କେନ୍ଦ୍ରାପଡ଼ାର ସ୍ୱାଭୀମାନକୁ ଅତୁଟ ରଖିଥିଲେ । ଲୋକମାନଙ୍କ ପ୍ରତି ଭଲ ପାଇବାକୁ କେବେ ଭୁଲିପାରି ନଥିଲେ । ହେଲେ ଏବେ ତାଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ପ୍ରତି କେତେ ସମ୍ମାନ ରକ୍ଷା କରିଛନ୍ତି ତାହା କେନ୍ଦ୍ରାପଡ଼ାବାସୀ ବେଶ୍ ଭଲ ଭାବରେ ଜାଣି ପାରିଛନ୍ତି । ଦିନଥିଲା କେନ୍ଦ୍ରାପଡ଼ାର ନେତାମାନଙ୍କ ଦ୍ୱାରା ରାଜ୍ୟର ବିକାଶ ହେଉଥିଲା । ବିଜୁବାବୁଙ୍କ ଛାଇ ଭଳି ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତି ଏବଂ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ରାଜ୍ୟ ରାଜନିତୀରେ ବେଶ୍ ପରିଚିତ ରହିଥିଲେ । ଏମିତି ଏହି ଦୁଇ ନେତା ବିଜୁ ବାବୁଙ୍କ ରାଜ୍ୟ ଚଳାଇବାରେ ବାଟ ଦେଖାଉଥିଲେ । ସେତେ ବେଳେ ବିଜୁ ବାବୁଙ୍କ କଥା କହିଲେ ବିଜୟ ଆଉ ନଳିନୀଙ୍କ କଥା ବୁଝାଏ । କେନ୍ଦ୍ରାପଡ଼ା ମାଟିର ଏହି ଦୁଇ ନେତା କେନ୍ଦ୍ରାପଡ଼ା ମାଟିରର ସ୍ୱାଭିମାନକୁ ଅତୁଟ ରଖିଥିଲେ । ଆଉ ଆଜି ପର୍ଯ୍ୟନ୍ତ ବର୍ଷୀୟାନ୍ ରାଜନେତା ସ୍ୱାଭିମାନୀ ବିଜୟ ପରବର୍ତ୍ତୀ ସମୟରେ ବେଦ ପ୍ରକାଶ ଅଗ୍ରୱାଲ ମଧ୍ୟ କେନ୍ଦ୍ରାପଡ଼ାର ସ୍ୱାଭୀମାନକୁ ଆଗକୁ ବଢ଼ିବାରେ କେନ୍ଦ୍ରାପଡ଼ା ମାଟିରେ ସହାୟକ ହୋଇପାରିଥିଲେ । ବିଜୁ ବାବୁଙ୍କ ଅନ୍ତେ ତାଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ହଜାର ମସିହା ଠାରୁ କେନ୍ଦ୍ରାପଡ଼ାର ନେତାମାନଙ୍କ ଉପରେ ଆଉ ଭରସା ରଖିପାରୁ ନାହାଁନ୍ତି । କିଛି ଦିନ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇ ପୁଣିି ଅଧାରୁ ଅପସାରିତ କରିଦେଉଛନ୍ତି । ନେତୃତ୍ୱ ଉପରେ ବିଶ୍ୱାସ ପାଉନାହିଁ ନାଁ ଆଉ କଣ ରହିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମୟ ଥିଲା କେନ୍ଦ୍ରାପଡ଼ା ନେତାଙ୍କ ଦ୍ୱାରସ୍ଥ ହେଉଥିଲା ସାରା ଓଡ଼ିଶା । ଏକଦା କୁହାଯାଉଥିଲା କେନ୍ଦ୍ରାପଡ଼ା ହେଉଛି ମନ୍ତ୍ରୀପଡ଼ା । ହେଲେ ସମୟ ବଦଳିବା ସହିତ କେନ୍ଦ୍ରାପଡ଼ାର ସ୍ୱାଭିମାନକୁ ମଧ୍ୟ ଜଳାଞ୍ଜଳି ଦିଆଯାଉଥିବାର ଲୋକମାନେ ଅଭିଯୋଗ କରୁଛନ୍ତି । ଯେତେ ଅଧିକ ଲୋକପ୍ରିୟତା ଥାଉ, ଦକ୍ଷତା ମଧ୍ୟ ଥାଉ ହେଲେ ଏବେରର କ୍ଷମତାକେନ୍ଦ୍ରର ଆଜ୍ଞାଧୀନ ହେବାକୁ ପଡ଼ୁଛି । ତାଙ୍କ ପ୍ରିୟ ସାଧାରଣ ସଂପାଦକଙ୍କ ନିକଟରେ ହାମୁଡ଼େଇ ହେବା ଠାରୁ ଆପତି ଅଭିଯୋଗ କରିବାର ଦୃଶ୍ୟକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି କେନ୍ଦ୍ରାପଡ଼ାର ସ୍ୱାଭୀମାନୀ ଲୋକେ । ଆଜିର ପ୍ରତାପ କେଶରୀ ଦେବ ହୁଅନ୍ତୁ ଅବା ଅତନୁ ସବ୍ୟସାଚୀ । ରାଜନଗରର ଧୃବ ସାହୁ ମଧ୍ୟ ନିଜ ବିଧାନସଭା ଲୋକମାନଙ୍କ ନିକଟରେ ଖୁବ୍ ଗ୍ରହଣୀୟ । ନେତାମାନଙ୍କର ପାରଦର୍ଶିତା ରହିଛି । ବାତ୍ୟା, ବନ୍ୟା ମୁକାବିଲା କରିବାରେ ପୂର୍ବରୁ ରହିଛି ବହୁ ଅଭିଜ୍ଞତା । ହେଲେ ହଠାତ୍ ଚଳିତ ବାତ୍ୟା ‘ୟାସ୍‌’ ପୂର୍ବରୁ ପ୍ରସ୍ତୁତି ବୈଠକରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମାର୍ଗଦର୍ଶନକୁ ଗ୍ରହଣ କରିପାରୁ ନାହାଁନ୍ତି କେନ୍ଦ୍ରାପଡ଼ାର ସ୍ୱାଭିମାନୀ ଲୋକେ । ସାରା ଓଡ଼ିଶାରେ ଭାଇରାଲ ହେଉଥିବା ଏ ଫଟୋକୁ ଲୋକେ ଗ୍ରହଣ କରିପାରୁ ନାହାଁନ୍ତି । କିଏ ବୁଝାଇବାରେ ବ୍ୟସ୍ତ ଆଉ କିଏ ହାମୁଡ଼େଇ ପଡ଼ିବାର ଦୃଶ୍ୟ ଦଳୀୟ ଲୋକମାନଙ୍କୁ ଖୁବ୍ ବାଧୁଛି । ଆମ ନେତା କ’ଣ ଏତେ ଅପାରଗ । ନାଁ ସେମାନଙ୍କ ସ୍ୱାଭିମାନଙ୍କୁ କୁଠାରାଘାତ୍ କରାଯାଉଛି । ଭୃଲୁଣ୍ଠିତ ହେଉଛି କି କେନ୍ଦ୍ରାପଡ଼ାର ସ୍ୱାଭିମାନ ? ଏଭଳି ପ୍ରଶ୍ନ ଏବେ ସାରା ଜିଲାରୁ ରାଜ୍ୟକୁ ପ୍ରସାରିତ ହୋଇଗଲାଣି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: