ପୁରୀ,୧୨।୧: ଜଣେ ସରକାରୀ ବାବୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ନିଶା ବେପାରୀଙ୍କଠାରୁ ପୁରୀ ପୋଲିସ୍ ଲାଞ୍ଚ ନେଉଥିବା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ପୁରୀ ଅବକାରୀ ଫ୍ଳାଇଂ ସ୍କ୍ୱାଡ୍ ଅଧିକାରୀ ସଞ୍ଜୟ କୁମାର ପଣ୍ଡା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୋଟିଏ କେସ ଡାଏରୀ ପ୍ରସ୍ତୁତ କରିବାକୁ ୧୮ ହଜାର ଟଙ୍କା ଦାବି କରିବା ଓ ଲାଞ୍ଚ କାରବାର ଅଭିଯୋଗରେ ସଞ୍ଜୟଙ୍କୁ ଧରି ଭିଜିଲାନ୍ସ ତନାଘନା କରୁଛି। ଏହାସହ ଏହି ଅର୍ଥରାଶିକୁ ଭିଜିଲାନ୍ସ ଜବତ କରିବା ସହ ସଞ୍ଜୟଙ୍କ ଦୁଇଟି ଘରେ ଭିଜିଲାନ୍ସ ରେଡ୍ କରିଛି। ତେବେ ସଞ୍ଜୟ ପୁରୀ ଜିଲ୍ଲାର ବହୁ ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର ଥିଲେ । କାରଣ ମାଫିଆଙ୍କୁ ମାସିକିଆ ଟଙ୍କା ସଂଗ୍ରହ ହେଉଥିବା ସେ ଅଭିଯୋଗ ଆଣିଥିଲେ । ଏତତ୍ ବ୍ୟତୀତ ଅବକାରୀ କମିସନରଙ୍କୁ ମଧ୍ୟ ଏନେଇ ଚିଠି ଲେଖିଥିଲେ ସଞ୍ଜୟ । କିନ୍ତୁ ସେ ଆଜି ଏକ କେସ୍ ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |