ଅଭିଯୁକ୍ତର ସ୍ତ୍ରୀ, ୩ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ମୃତକଙ୍କ ପରିବାର

ଢ଼େଙ୍କାନାଳ  ,୧୭/୦୪ :  ଜମିଜମା ବିବାଦ ପାଇଁ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ୫୬ ବର୍ଷୀୟ ଦଳେଇ ନାୟକଙ୍କ ମୃତ୍ୟୁ ହୋଇଥିଲା। ପୂର୍ବରୁ ଏକ ଜମିରେ ପୋଖରୀ ନିର୍ମାଣକୁ ନେଇ ଦଳେଇ ନାୟକ ଓ ନୃପତି ନାୟକଙ୍କ ପରିବାର ମଧ୍ୟରେ ବିବାଦ ରହିଥିଲା।  ତେବେ ବିବାଦୀୟ ଜମିରେ ପୋଖରୀ ଖୋଳିବା ପାଇଁ ଦଳେଇ ଉଦ୍ୟମ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ନୃପତି ଓ ତାଙ୍କ ୪/୫ ଜଣ ସମ୍ପର୍କୀୟ ଭାଇ ମିଶି ଦଳେଇଙ୍କ ଉପରକୁ ଆକ୍ରମଣ କରିବା ସହ ଗୁଳିମାଡ଼ କରିଥିଲେ। ଦଳେଇଙ୍କ ଛାତି ଓ ବାମ ପଟ ହାତରେ ଗୁଳି ବାଜି ଥିଲା। ଗୁରୁତର ଅବସ୍ଥାରେ ଦଳେଇଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଢେଙ୍କାନାଳରେ ଗୁଳିମାଡ଼ ଘଟଣା। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ଆକ୍ରମଣ କରିଛନ୍ତି। ମୃତକଙ୍କ ପରିବାର ଲୋକ ଫେରାର ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ଓ ୩ ବର୍ଷର ଶିଶୁପୁତ୍ରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ମୃତକଙ୍କ ପରିବାର ମୁଖ୍ୟ ଅଭିଯୁକ୍ତର ପତ୍ନୀ ସାରଥୀ ନାୟକ ଓ ତାଙ୍କର ୩ ବର୍ଷର ଶିଶୁପୁତ୍ରକୁ ମାରଣାସ୍ତ୍ରରେ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ସାରଥୀ ଓ ତାଙ୍କର ୩ ବର୍ଷର ଶିଶୁପୁତ୍ରକୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: