ଅର୍ଚ୍ଚନା ନାଗ ମାମଲା: ଆଜି ଇଡିରେ ହାଜର ପ୍ରମୋଦ ସ୍ୱାଇଁ

ଭୁବନେଶ୍ୱର,୦୨/୧୨:ଅର୍ଚ୍ଚନା ନାଗ ମାମଲାରେ   ଇଡି   ତଦନ୍ତ ଜାରି ରଖିଛି । ତେବେ ଆଜି ଇଡି ରେ ପୁଣି ଥରେ ଉପସ୍ଥିତ ହୋଇଛନ୍ତି ପ୍ରମୋଦ ସ୍ୱାଇଁ । ପ୍ରଥମ ଥରରେ ୧୨ ଘଣ୍ଟାର ପଚରା ଉଚୁରା ପରେ ପରେ ଆଜି ପୁଣି ଥରେ ହାଜର ହୋଇଛନ୍ତି ପ୍ରମୋଦ ।  ଘର ମାଲିକ ପ୍ରମୋଦଙ୍କ ସହ ଅର୍ଚ୍ଚନାଙ୍କର କିଛି ବ୍ୟକ୍ତି ଗତ ଲିଙ୍କ ଥିବାର ସୂଚନା ମିଳୁଥିବା ବେଳେ ଅଧିକ ପଚରା ଉଚୁରା ପାଇଁ ଆଜି ପୁଣିଥରେ ତାଙ୍କୁ ଡାକରା ଦିଆଯାଇଛି ।ଏହା ପୂର୍ବରୁ ପ୍ରମୋଦଙ୍କୁ ଇଡି ଅଫିସରେ ହାଜର ହେବା ପାଇଁ ସମନ ପଠାଯାଇଥିଲା । ଯାହାଫଳରେ ସେ ଆଗରୁ ଠାରେ ଇଡିରେ ହାଜର ହୋଇଥିଲେ । ଏହା ସହ ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ଯେ ଅର୍ଚ୍ଚନା ତାଙ୍କୁ ବ୍ଲାକ ମେଲିଙ୍ଗ କରୁଥିଲା ।  ଅର୍ଚ୍ଚନା ନାଗ ପୂର୍ବରୁ ପ୍ରମୋଦ ଜାଗମରା ସ୍ଥିତ ଘରେ ଭଡାରେ ରହୁଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: