ଭୁବନେଶ୍ୱର,୧୪/୩(ଓଡ଼ିଆନ୍ ନିଉଜ୍):ରବିବାର ଦିନ ଭୁବନେଶ୍ଵର ଠାରେ ଅଲ୍ ଓଡିଶା ବିପିୟୁଟି ଆସୋସିଏସନ୍ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ସଙ୍ଘ ସଭାପତି ସବ୍ୟସଚୀ ପ୍ରିୟଦର୍ଶନ ମୁଖାର୍ଜୀ ନେତୃତ୍ୱ ନେଇଥିଲେ। ପରିଚାଳନା କମିଟିର ସଭ୍ୟ ଅଶ୍ୱିନୀ ସେଠି, ପାର୍ଥ ସାରଥି କର ଓ ଶ୍ରୀପଦ ବେହେରା ଯୋଗ ଦେଇଥିଲେ। ଏହି ସଭାରେ ଓଡ଼ିଶାର ୧୨ଟି ବିଭିନ୍ନ ଫାର୍ମାସି କଲେଜର ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ସୁବିଧା ଅସୁବିଧା ସମ୍ପର୍କରେ ମତ ପ୍ରକାଶ କରିଥିଲେ। ସଭାରେ ଓଡ଼ିଶାରେ କିପରି ଭାବରେ ଫାର୍ମସି ଶିଳ୍ପ ଅନୁଷ୍ଠାନ ନିର୍ମାଣ କରାଯାଇପାରିବ ତଥା ଓଡିଶା ସରକାର କିଭଳି ଭାବେ ବି ଫାର୍ମା (ଗ୍ରାଜୁଏଟ) ଙ୍କୁ କିପରି ଚାକିରି ପ୍ରଦାନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରିଶେଷେରେ ଏହି ସଭାକୁ କାର୍ଯ୍ୟକାରୀ ସଭାପତି ରଶ୍ମି ରଞ୍ଜନ ଧନ୍ୟବାଦ ଅର୍ପଣ କରି କରିଥିଲେ। ଏହି ସଭାକୁ ଫାର୍ମା ମିଟ୍ ଆଣ୍ଡ ଗ୍ରୀଟ୍ ୨୦୨୧ ନାମରେ ନାମିତ କରାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |