ଅଶାନ୍ତ ବାଣୀବିହାର କ୍ୟାମ୍ପସ,ଗାଡି ପୋଡିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର ୨୦।୦୩ : ପୁଣି ଅଶାନ୍ତ ବାଣୀ ବିହାର କ୍ୟାମ୍ପସ୍। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏହାପରେ ଗାଡି ପୋଡିଦେଲେ ଦୁର୍ବୁତ୍ତ । ଗାଡ଼ି ପୋଡ଼ାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିଥିବା ଜଣାପଡିଛି।ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ବାଣୀ ବିହାର କ୍ୟାମ୍ପସରେ ଭିତରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗାଡି ପାର୍କିଂକୁ ନେଇ ବିବାଦ ଦେଖାଦେଇଥିଲା । ଏହାପରେ କିଛି ଦୁର୍ବୁତ୍ତ ହଷ୍ଟେଲ୍‌ ଆଗରେ ଥିବା ଦାମୀ ବାଇକ୍ ଓ ସ୍କୁଟିରେ ନିଆଁ ଲଗାଇ ଦେଇଥିଲା । ଯାହାଫଳରେ ଗାଡିଗୁଡିକ ପୋଡିଯାଇଛି । ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ପରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: