ବ୍ରହ୍ମପୁର,୧୧/୯(ମନୋଜ ପାତ୍ର): ଶୁକ୍ରବାର ଦିନ ବ୍ରହ୍ମପୁର ଅଶୋକ ନଗରରେ ରାଷ୍ଟ୍ରୀୟ ପୃଷ୍ଟିକର ଖାଦ୍ୟ ଦିବସ ପାଳିତ ହୋଇଯାଇଛି ।ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ସିଡିପିଓ ପୁଷ୍ପାଞ୍ଜଳି ମିଶ୍ର ଗର୍ଭବତୀ ମା ମାନଙ୍କୁ ସଚେତନତା କରାଇଥିଲେ ।ଏହି ପରିପ୍ରେକ୍ଷୀରେ ପ୍ରସୂତି ମା ଓ ଶିଶୁ ଜନ୍ମ ହେବାର ୭ମାସ ପରଠାରୁ ୫ବର୍ଷ ପର୍ଯ୍ୟନ୍ତ କେଉଁ ଭଳି ପୃଷ୍ଟିକର ଖାଦ୍ୟ ଖାଇଲେ ଉଭୟ ମା ଓ ଶିଶୁ ଯତ୍ନବାନ ହୋଇ ରହିପାରିବେ ଏବଂ ଅପପୃଷ୍ଟି ଖାଦ୍ୟରୁ ରକ୍ଷା ପାଇବା ପାଇଁ ଖାଦ୍ୟ ସାରଣୀ କିଭଳି ରହିବା ଉଚିତ ତାହା ଉପରେ ସବିଶେଷ ଆଲୋଚନା କରିବା ସହ ସଚେତନ କରାଇଥିଲେ ।ଏଥିରେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ମିତାଞ୍ଜଳି ଶତପଥୀ,ପ୍ରିୟଙ୍କା ଓ ଗାୟତ୍ରୀଙ୍କ ସମେତ ହେଲପର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |