ମୁମ୍ବାଇ,୧୭।୩: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଭାରତ ସିରଜରେ ୧-୦ରେ ଆଗୁଆ ହୋଇଯାଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲାକୁ ଭାରତ ୫ ଉଇକେଟରେ ଜିତି ନେଇଛି। ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ମ୍ୟାଚ୍ର ହିରୋ ପାଲଟି କଠିନ ପରିସ୍ଥିତିରୁ ଦଳକୁ ବିଜେତା କରିବାରେ ସଫଳ ହୋଇଛନ୍ତି।ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୩୫.୪ ଓଭରରେ ୧୮୮ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଦ୍ରୁତ ବୋଲର ମହମ୍ମଦ ସିରାଜ-ମହମ୍ମଦ ଶାମି ୩ ଲେଖାଏ ଉଇକେଟ ନେଇଥିଲେ। ଏହା ପରେ ଭାରତୀୟ ଟିମ୍ ୩୯.୫ ଓଭରରେ ୫ ଉଇକେଟ ହରାଇ୧୯୧ ରନ୍ କରି ମ୍ୟାଚ୍ ଜିତିନେଇଛି। ଏକ ସମୟରେ ଭାରତୀୟ ଟିମ୍ ୩୯ ରନ୍ରେ ୪ ଉଇକେଟ ହରାଇଥିଲା। ହେଲେ ଓପନର୍ କେଏଲ୍ ରାହୁଲ ୯୧ ବଲ୍ରେ ୭୫ ରନ୍ର ଇନିଂସ ଖେଳି ଦଳକୁ ବିଜେତା କରାଇଥିଲେ। ତାଙ୍କ ସହ ରବିନ୍ଦ୍ର ଜାଡେଜା ୬୯ ବଲ୍ରେ ୪୫ ରନ୍ କରିଥିଲେ। ଉଭୟ ୬ଷ୍ଠ ଉଇକେଟ ଲାଗି ୧୨୩ ବଲ୍ରେ ୧୦୮ ରନ୍ର ଅପରାଜିତ ଭାଗିଦାରି କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |