ଅସମୟରେ ଢେଙ୍କାନାଳ ଶରଣ ଶ୍ରୀକ୍ଷେତ୍ରରେ ବନଯାଗ ଯାତ୍ରା ,ସିଂହଦ୍ୱାର ଥାନାରେ ଏତଲା

ପୁରୀ,୨୭/୦୩:   ଶରଣ ଶ୍ରୀକ୍ଷେତ୍ର ଢେଙ୍କାନାଳ ଠାରେ ନୂତନ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବ। ତେବେ ଏହା ପୂର୍ବରୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦାରୁ ଚିହ୍ନଟ କରାଯାଇ ପାରମ୍ପରିକ ପଦ୍ଧତି ତଥା ବନଯାଗ ଯାତ୍ରା ଯଜ୍ଞ କରାଯିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । କିନ୍ତୁ ଏହା ଜଗନ୍ନାଥ ସଂସ୍କୃତି ବିରୋଧି ବୋଲି ପୁରୀ ଶ୍ରୀମନ୍ଦିରର ଦଇତାପତି ସେବାୟତମାନେ ଅଭିଯୋଗ କରିଛନ୍ତି।ଶାସ୍ତ୍ରୀୟ ବିଧିକୁ ନ ମାନି ଅସମୟରେ ବନଯାଗ ଯାତ୍ରା । ଢେଙ୍କାନାଳ ଶରଣ ଶ୍ରୀକ୍ଷେତ୍ର ଏକଘରିଆ ଠାରେ ଦାରୁ ଚୟନ, ବନଯାଗ ଯାତ୍ରା, ନବକଳେବର ପଦ୍ଧତି ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ କ୍ଷୁଣ୍ଣ କରୁଥିବା ଦର୍ଶାଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଦଇତାପତି ସେବକ ଜଗଦୀଶ ଦାସ ଏହି ଏତଲା ଦେଇଛନ୍ତି। ଢେଙ୍କାନାଳ ଶରଣ ଶ୍ରୀକ୍ଷେତ୍ରରେ ବନଯାଗ ଯାତ୍ରାକୁ ନେଇ ଉଠିଲା ପ୍ରଶ୍ନ। ନବକଳେବର ପଦ୍ଧତି ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ କ୍ଷୁଣ୍ଣ କରୁଛି। ଶ୍ରୀମନ୍ଦିର ଜଗନ୍ନାଥଙ୍କ ମୂଳ ପୀଠ ହୋଇଥିବାରୁ ଏଠାରେ ମହାପ୍ରଭୁଙ୍କ ପରମ୍ପରା ଅନୁସାରେ ନବକଳେବର କରାଯିବା ବିଧି ରହିଛି।ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଲେ ଦଇତାପତି। ତେବେ ମୂଳ ପୀଠ ଛଡ଼ା ଅନ୍ୟକୌଣସି ସ୍ଥାନରେ ନବକଳେବର ଓ ଦାରୁ ସଂଗ୍ରହ ପ୍ରକ୍ରିୟା ଶାସ୍ତ୍ର ସମ୍ମତ ନୁହେଁ ବୋଲି କହିଛନ୍ତି ଦଇତାପତି।  ଦଇତାପତି ସେବକ ଜଗଦୀଶ ଦାସ ମହାପାତ୍ର ଥାନାରେ ଏହି ଏତଲା ଦେଇଥିବା ବେଳେ ହିନ୍ଦୁ ଧାର୍ମିକ ଭାବନାକୁ ଏହା କୁଠାର ଘାତ କରୁଛି ବୋଲି ସେ କହିଛନ୍ତି। ତେଣୁ ଏହି କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିବା ସହ ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦଇତାପତି ସେବାୟତ ଦାବି କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: