ବ୍ରହ୍ମପୁର-୧୮/୬(ମନୋଜ କୁମାର ପାତ୍ର) : ଓଡିଶା ମୋ ପରିବାର ତରଫରୁ ଗତ କିଛି ଦିନ ହେଲା ବ୍ରହ୍ମପୁର ସହରର ପ୍ରତେକ ଗରିବ ପରିବାରକୁ ବ୍ରହ୍ମପୁର ବିଧାୟକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ଶୁଖିଲା ଖାଦ୍ୟ ବଣ୍ଟନ ହେଉଅଛି।ସେହି ପରିପକ୍ଷରେ ଆଜି ଅଯୋଧ୍ୟା ନଗର ଠାରେ ୱାର୍ଡ ନଂ-୩୪ର ଗରିବ ପରିବାର ଏବଂ ବ୍ରହ୍ମପୁର ସହରର ଅସହାୟ କଳାକାର ମାନଙ୍କୁ ପ୍ରାୟ ୪୩୦ ପକେଟ ରାସନ ଏବଂ ଚାଉଳ ବଣ୍ଟନ କରାଗଲା | ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ସୁବାଷ ମହାରଣା, ସଂଜିତ ପାଣିଗ୍ରାହୀ, ଶ୍ରୀକାନ୍ତ ପଟନାୟକ, ଶ୍ରୀନିବାସ ରାଓ,ଅଜିତ ପଣ୍ଡା, ଜଗନ୍ନାଥ ସାବତ, ତାପସ ସାହୁ, ନଳିନୀ କାନ୍ତ ଦେବଦର୍ଶୀ, ସୁରେନ୍ଦ୍ର ମହାରଣା, ଅମିତ ଦାଶ, ସୁନୀଲ ପଣ୍ଡା, ଆଦିତ୍ୟ ପଟ୍ଟନାୟକ,ସରିତା ପଣ୍ଡା ଆଦି ବିଜୁ ଜନତା ଦଳ ର ବହୁ ସଭ୍ୟ ଉପସ୍ଥିତ ଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |