‘ଅସହାୟଙ୍କ ପାଇଁ ସହାୟ ହେବ ଆଶ୍ୱସ୍ତି ଭବନ’

ସପଲାଙ୍ଗରେ ଆଶ୍ୱସ୍ତି ଭବନର ଭିତ୍ତିପ୍ରସ୍ତର ସ୍ଥାପନ

ରାଜକନିକା,୨୯/୧:ଅସହାୟ ଲୋକମାନଙ୍କ ପାଇଁ ସବୁବେଳେ ସହାୟ ହେବ ଆଶ୍ୱସ୍ତି ଭବନ ବୋଲି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଳକ୍ ଅନ୍ତର୍ଗତ ନହୁଣୀ ଗ୍ରାମ ପଂଚାୟତର ସପଲାଙ୍ଗ ଠାରେ ରାଜ୍ୟର ଅସହାୟ ଅବହେଳିତ ବୃଦ୍ଧ, ବୃଦ୍ଧା ଲୋକମାନଙ୍କ ଥଇଥାନ ଓ ସେବା କରାଯିବା ପାଇଁ ଆଶ୍ୱସ୍ତି ଫାଉଣ୍ଡେସନ, ଓଡ଼ିଶା ତରଫରୁ ‘ଆଶ୍ୱସ୍ତି ଭବନ’ର ଭୂମିପୂଜନ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ନହୁଣୀ ଗ୍ରାମ ପଂଚାୟତର ସରପଂଚ ଲିଲିପ୍ରଭା ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଳିର ବିଧାୟକ ପ୍ରତାପ କେଶରୀ ଦେବ, ଆଇନ୍‌ଜୀବୀ ହେମନ୍ତ ମହାପାତ୍ର, ପଂଚାୟତ ସମିତିର ଅଧ୍ୟକ୍ଷା ସାବିତ୍ରୀ ଦାସ, କନିକା ତହସିଲଦାର ପ୍ରେମାନନ୍ଦ ବେହେରା, ସାମାଜିକ କର୍ମୀ ଦିଲ୍ଲୀପ କୁମାର ବାରିକ୍‌, ବସୁନ୍ଧରାର ସଂପାଦିକା ଶୈଳବାଳା ବେହେରା, ଆଶ୍ୱସ୍ତି ଫାଉଣ୍ଡେସନ, ଓଡ଼ିଶାର ରାଜ୍ୟ ସଂପାଦିକା ବିଜୟଲକ୍ଷ୍ମୀ ମହାପାତ୍ର ଏବଂ ଆଶ୍ୱସ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ଗୋବିନ୍ଦ ଭଗବାନ, ଓଡ଼ିଶା ଜନସେବା ସଂଗଠନର ଶୋଭନ ଆଚାର୍ଯ୍ୟ, ଆଶ୍ୱସ୍ତି ଫାଉଣ୍ଡେସନର ସଭାପତି ସୁଦର୍ଶନ ପତି ଏବଂ ପ୍ରାକ୍ତନ ସମିତି ସଭ୍ୟ କୈଳାସ ଚନ୍ଦ୍ର ବେହୁରା ପ୍ରମୁଖ ଯୋଗଦେଇ ଏହି ସାମଜିକ ଅନୁଷ୍ଠାନ ସ୍ଥାନୀୟ ଅଂଚଳବାସୀଙ୍କ ପାଇଁ ସୁଖ ଦୁଃଖର ସାଥୀ ହେବ ବୋଲି କହିଥିଲେ । ସାମାଜିକ କର୍ମୀ ଶରତ କୁମାର ପୃଷ୍ଟିଙ୍କ ମୁଖ୍ୟ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ପୃଷ୍ଟି ୫ ଶଯ୍ୟା ବିଶିଷ୍ଟ ଏକ ଗୃହ ଯୋଗାଇ ଦେବା ପାଇଁ ଘୋଷଣା କରିଥିବା ବେଳେ ‘ଆଶ୍ୱସ୍ତି ଭବନ’ ପାଇଁ ଦିଲ୍ଲିପ୍ କୁମାର ବାରିକ୍ ଏବଂ ନାରାୟଣ ବାରିକ୍ ଜମି ଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜକନିକା ସିଡିପିଓ ସଂଯୁକ୍ତା ମିଶ୍ର, ଶିକ୍ଷାବିତ୍ ସନାତନ ପୃଷ୍ଟି, ସରପଂଚ ଉତ୍ତମ ସେନାପତି, ଦେବଦତ୍ତ ଦାସ, ପଦ୍ମଲୋଚନ ପରିଡ଼ା, ହରିଶ୍ ମହାପାତ୍ର, ପବିତ୍ର ରାଉତ, ଦୋଳଗୋବିନ୍ଦ ପାତ୍ର, ରବିନାରାୟଣ ପଣ୍ଡା, ନିରଞ୍ଜନ ନାୟକ, ମନୋରଞ୍ଜନ ବିହାରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ତ୍ରିଲୋଚନ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: