ଅସହାୟା ମହିଳାଙ୍କୁ ସହାୟତାର ହାତ ବଢାଇଲା ଉଦ୍ୟମ ଅନୁଷ୍ଠାନ

କେନ୍ଦ୍ରାପଡ଼ା,୧୩ା୬: ସନ୍ଥପୁରା ଗ୍ରାମର ଅସହାୟା ମହିଳା ଜ୍ୟୋତି ବାରିକ ଏକାକୀ ଜୀବନ ଯାପନ କରୁଛନ୍ତି । ତାଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଏକମାତ୍ର ସାହା ଭଙ୍ଗା କୁଡିଆ ଟିଏ । କିନ୍ତୁ ସେହି ଭଙ୍ଗା କୁଡିଆଟି ଅର୍ଥ ଅଭାବରୁ ଛପର ହୋଇପାରିନଥିଲା । ଏ ସମ୍ପର୍କରେ ଖବର ପାଇବା ପରେ କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ “ଉଦ୍ୟମ”ପକ୍ଷରୁ ସହାୟତାର ହାତ ବଢାଇବା ସହିତ ଜ୍ୟୋତିଙ୍କ ଭଙ୍ଗା କୁଡିଆଟିକୁ ଛପର କରାଯିବା ସହ ତାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଉଦ୍ୟମ ପରିବାର ପକ୍ଷରୁ ସଭାପତି ବିଶ୍ୱକାନ୍ତ ବିଶ୍ୱାଳ, ସଦସ୍ୟ ସରୋଜକାନ୍ତ ସାହୁ, ପ୍ରଶାନ୍ତ ଆଚାର୍ଯ୍ୟ, ମିହିର ଜେନା, କୃପାସିନ୍ଧୁ ମଲ୍ଲିକ, ବିଭୁଦତ୍ତ ମଲ୍ଲିକ, ରାଜେନ୍ଦ୍ର ମହାପାତ୍ର, ହିମାଂଶୁ ବାରିକ ଓ ଚିଦାନନ୍ଦ ଦାସ ପ୍ରମୁଖ ସହାୟତା ପ୍ରଦାନ କରିଥିବା ବେଳେ ଜ୍ୟୋତିଙ୍କ ପଡୋଶୀ ଯୁବ ସମାଜସେବୀ ହିମାଂଶୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: