ଅସହାୟା ମହିଳାଙ୍କ ବାସଗୃହ ଭାଙ୍ଗିଦେଇଥରବା ଅଭିଯୋଗ

କେନ୍ଦ୍ରାପଡ଼ା,୨୨ା୯ : ଜଣେ ସ୍ୱାମୀ ପରିତ୍ୟକ୍ତା ଅସହାୟ ଭୂମିହୀନ ମହିଳାଙ୍କ ବାସଗୃହ ଜନୈକ ଶିକ୍ଷକ ଭାଙ୍ଗିଦେଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ କୈାଣସି ପଦକ୍ଷେପ ନେଇନଥିବା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ରାଜନଗର ଥାନା ଅନ୍ତର୍ଗତ ସାନବଡଗୋପାଳପୁର ଗ୍ରାମର ସ୍ୱାମୀ ପରିତ୍ୟକ୍ତା ତଥା ଭୂମିହୀନା ମହିଳା ସୁଲୋଚନା ମହାନ୍ତି ତାଙ୍କର ଗୋଟିଏ ପୁଅ ଏବଂ ଅନ୍ୟ ଏକ ଝିଅ ସହିତ ଦୀର୍ଘଦିନ ଧରି ରାଜନଗର ତହସିଲ ଅଧିନ ଗର୍ଜନପୁର ମୈାଜାର ଖାତା ନମ୍ବର ୨୦୭ ଓ ପ୍ଲଟ ନମ୍ବର ୪୩୮ ରକବା ଏ୦.୦୧ ଡିସିମିଲ ସରକାରୀ ଜମି (ପାଣିନାଳ ପାଖରେ)ଉପରେ ଚାଳଛପର ଘର କରି ରହି ଆସୁଥିଲେ । ସେହି ପ୍ଲଟ ପଛରେ ଶିକ୍ଷକ ନଳିନୀରଞ୍ଜନ ରାଉତ ଏକ ଜମି କିଣିଥିଲେ । ହଠାତ ଶିକ୍ଷକ ଶ୍ରୀ ରାଉତ ସୁଲୋଚନାଙ୍କ ଅସହାୟତାର ସୁଯୋଗ ନେଇ ସେ ରହୁଥିବା ଘରଟିକୁ ରାତି ଅଧରେ ଭାଙ୍ଗି ଦେଇ ସରକାରୀ ପାଣିନାଳକୁ ମଡାଇ ତାଙ୍କ କିଣା ଜମି ଚର୍ତୁପାଶ୍ୱର୍ରେ ପାଚେରୀ ନିର୍ମାଣ କରିଦେଲେ । ଏସମ୍ପର୍କରେ ସୁଲୋଚନା ରାଜନଗର ତହସିଲଦାର ଏବଂ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ ବି ସେମାନଙ୍କ ଠାରୁ କୈାଣସି ନ୍ୟାୟ ପାଇନଥିଲେ । ଏଣୁ ସୁଲୋଚନା ବୁଧବାର ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ତାଙ୍କ ଭଳି ବାସହୀନ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ବେହେରା ଏସମ୍ପର୍କରେ ତଦନ୍ତ କରି ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜନଗର ତହସିଲଦାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: