ବ୍ରହ୍ମପୁର,୨୯/୩(ମନୋଜ କୁମାର ପାତ୍ର):ଗୋମାତାଙ୍କ ସେବାରେ ସମସ୍ତଙ୍କୁ ଟପିଗଲେ କୁନି ପିଲାମାନେ। ବିଭିନ୍ନ ସମୟରେ ପଶୁପକ୍ଷୀ ଅସୁବିଧାରେ ପଡ଼ିଥିଲେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସମାଜସେବୀ, ପଶୁପ୍ରେମୀ ଓ ପଶୁ ବିଭାଗ କର୍ମଚାରୀମାନେ ଆଗେଇ ଆସୁଥିବାର ବହୁ ନଜିର ରହିଛି। କିନ୍ତୁ ଏସବୁକୁ ଟପି ଗାନ୍ଧି ନଗର ୯ମ ଗଳିରେ ଏକ ଅସହାୟ ବାଛୁରୀ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଅଞ୍ଚଳର କୁନି ପିଲାମାନେ ତାର ଦୁଃଖ କଷ୍ଟ ସହିନପାରି ତା ନିକଟରେ ପହଞ୍ଚି ତାକୁ ସାନ୍ତ୍ଵନା ଦେବାପରି ତାର ଚାରିପାଖରେ ବସି ରହିଥିଲେ। ଏହା ଦେଖି ସାହି ବାସିନ୍ଦା ତୁରନ୍ତ ପଶୁ ଚିକିତ୍ସାଳୟ ଓ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ। କାଳବିଳମ୍ବ ନକରି ପଶୁପ୍ରେମୀ ଲଲାଟେନ୍ଦୁ ପଶୁ ଚିକିତ୍ସାଳୟର କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ବାଛୁରୀଟିର ଚିକିତ୍ସା ଆରମ୍ଭ କରିଥିଲେ। କୁନି ପିଲାମାନଙ୍କର ଅସହାୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବାଛୁରୀଟିକୁ ଦେଖାଇଥିବା ଉଦାରତା ପଣିଆକୁ ସହରବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |