ବ୍ରହ୍ମପୁର,୩୦/୫(ମନୋଜ କୁମାର ପାତ୍ର):ବ୍ରହ୍ମପୁର ଗଜପତି ନଗର ୭ମ ଗଳିରେ ଏକ ଅସହାୟ ବୃଦ୍ଧା ଦୀର୍ଘ ଦିନ ହେଲା ଖରା, ବର୍ଷା, ଶିତ କାକରରେ ପଡ଼ିରହିଥିଲା। ସେଠାକାର ଅଞ୍ଚଳର କିଛି ଲୋକ ସାହାଯ୍ୟ କରିଆସୁଥିଲେ କିନ୍ତୁ ସେହି ବୁଢୀ ମା’ଟିର ଥଣ୍ଡା,କାଶ ଦେଖିବାକୁ ମିଳିଥିଲା। ଫଳରେ କରୋନା ମହାମାରୀକୁ ଭୟ କରି କେହି ସାହାଯ୍ୟ କରିବାକୁ କେହି ସାହସ କରୁନଥିଲେ। ସାମ୍ବାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଖବର ପାଇ ପ୍ରଶାସନ ଯଥା ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ମହାନଗରର କମିସନରଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବ ନେଇ ମହାନଗର ନଗମ କମିସନର ସିଦ୍ଧେଶ୍ୱର ବଳିରାମ ବନ୍ଦୋର ତୁରନ୍ତ ତାଙ୍କରି ଟିମ୍ ସହ ଆମ୍ଭୁଲେନସ ପଠାଇ ଉକ୍ତ ବୃଦ୍ଧା ମା’ଙ୍କୁ ଉଦ୍ଧାର କରି ଉପଯୁକ୍ତ ଚିକିତ୍ସା ପାଇଁ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ।ଏବଂ ଉପଜିଲ୍ଲାପାଳ ଭି. ର୍କିତ୍ତୀ ଭାସନଙ୍କ ସୂଚନା ଅନୁଯାୟୀ ବର୍ତମାନ ବଡ଼ ମେଡ଼ିକାଲରେ ଉକ୍ତ ମହିଳାଙ୍କ ସମସ୍ତ ଚିକିତ୍ସାର ବ୍ୟବସ୍ଥା କରାଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦେକ୍ଷପ ନିଆଯାଇଥିବା ଯୋଗୁଁ ଜଣେ ଅସହାୟକୁ ସାହାଯ୍ୟ ଓ ସହାୟତା ମିଳିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ଏବଂ ମହନଗର ପ୍ରଶାସନକୁ ଧନ୍ୟବାଦ ଜଣାଇବା ସହ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ସାଧୁବାଦ ଜଣାଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |