ବ୍ରହ୍ମପୁର,୨୮/୫(ମନୋଜ କୁମାର ପାତ୍ର):କରୋନା କାଳରେ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି l ସାଧାରଣ ମଣିଷ ନିଜ ଜୀବିକା ହରାଇ ବହୁ ଅସୁବିଧାରେ ଦିନ କାଟୁଛନ୍ତି l ଏହି ପ୍ରରିପ୍ରେକ୍ଷୀରେ ଆଇନଜୀବି ତଥା କଂଗ୍ରେସ ନେତା ଶ୍ରୀ ପୀତବାସ ପଣ୍ଡା ସମାଜ ବିଭିନ୍ନ ବର୍ଗର ଲୋକଙ୍କୁ ନିଜ ଚେଷ୍ଟାରେ ସାହାଯ୍ୟ କରୁଥିବା ଦେଖା ଦେଇଛି l କରୋନା ସମୟ ରେ ନିଜର ଜୀବିକା ହରାଇ ଥିବା ବର୍ଗଙ୍କ ଭିତରେ କଳାକାର ଗୋଷ୍ଠୀ ଅନ୍ୟତମ।ଗତ ପ୍ରାୟ ଦେଢ଼ ବର୍ଷ ହେଲା ସରକାରୀ କଟକଣା ଯୋଗୁଁ ମଞ୍ଚ କଳାକାର ମାନେ ନିଜର ଜୀବିକା ହରାଇ ବସିଛନ୍ତି, ସେମାନେ ନିଜ ନିଜ କଳାକୁ ପଦର୍ଶନ କରିପାରୁନାହାନ୍ତି l ଅତଏବ ଆଜି ପ୍ରାୟ ପଚାଶ ଜଣ କଳାକାରଙ୍କୁ ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ୨୫କିଲୋର ଗୋଟିଏ ଚାଉଳ ବସ୍ତା ପ୍ରଦାନ ପାରିଛନ୍ତି।ଏହି କାର୍ଯ୍ୟକ୍ରମ କୁ ଶ୍ରମିକ ନେତା ଭୋକଲି ସେଠି, ଉଦୟ ପାଣିଗ୍ରାହୀ, ତ୍ରିପତି ନାୟକ, ସୁନୀଲ ସ୍ୱାଇଁ, ରବି ଅଧିକାରୀ,ରଘୁନାଥ ପାଣିଗ୍ରାହୀ,ରଞ୍ଜନ ତରାଇ,ପୂର୍ଣ୍ଣ ଚନ୍ଦ୍ର ହୋତା, ପ୍ରଶାନ୍ତ ସାହୁ, କୃଷ୍ଣ ମହାପାତ୍ର,ଅନିରୁଦ୍ଧ ପାତ୍ର ସୁନୀଲ ଜେନା, ଧନୁ ପାଣିଗ୍ରାହୀ, ସନ୍ତୋଷ ପୋଳେଇ,ପ୍ରଫୁଲ୍ଲ ଘଡେଇ,ସୁଧୀର ମହାରଣା,ଶୃତିମୟୀ ପଟ୍ଟନାୟକ, ଆରତୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |