ଏକଦା କିଛି ପିଲା ପଡିଆରେ ଫୁଟବଲ ଖେଳୁଥିଲେ । ଏହି ସମୟରେ ଜଣେ ସାଧୁ ସେଇ ବାଟେ ଦେଇ ଯାଉଥିଲେ । ଗୋଟିଏ ବାଳକ ଉଚ୍ଛୁକତା ର ସହ ଦଉଡି ଆସି ସାଧୁଙ୍କୁ ପଚାରିଲା ଏହି ଫୁଟବଲ କଣ ଭୁଲ କରିଛି , ଯେ ଖେଳୁଥିବା ସବୁ ପିଲାଙ୍କଠାରୁ ଗୋଇଠା ମାଡ ଖାଉଛି । କିଛି ସମୟ ନିରବ ରହି ସାଧୁ ଜଣକ କହିଲେ ଏ ପେଣ୍ଡୁ ରେ ଯେତେବେଳେ ଯାଏଁ ପବନ ଥିବ ସେତେବେଳେ ଯାଏଁ ସେ ଏହି ପରି ଗୋଇଠା ମାଡ ଖାଉଥିବ । କିନ୍ତୁ ତା ଦେହରୁ ଯେତେବେଳେ ପବନ ବାହାରିଯିବ ତାକୁ କେହି ଆଉ ଗୋଇଠା ମାରିବେ ନାହିଁ । ଠିକ ସେହି ପରି ଯେତେବେଳେ ଯାଏଁ ମଣିଷ ମନରେ ଅହଂକାର ରୂପକ ପବନ ଭର୍ତି ହୋଇଥିବ ସେତେବେଳେ ଯାଏଁ ସେ କେବଳ ଦୁନିଆ ରୂପକ ଖେଳ ପଡିଆରୁ ଠୋକର ହିଁ ଖାଉଥିବ , ଆଉ ଯେତେବେଳେ ତା ମନରୁ ଅହଂକାର ବାହାରି ଯିବ ସେତେବେଳେ ତାକୁ ଆଉ ଠୋକର ଖାଇବାକୁ ପଡିବ ନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |