ଅହମଦାବାଦ୍‌ରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

ଅହମଦାବାଦ୍‌, ୩୦।୦୩ : ଗୁଜରାଟର ଅହମଦାବାଦ୍‌ରେ ଗୋଟିଏ ପରିବାରର ୪ ଜଣଙ୍କୁ   ହତ୍ୟା କରାଯାଇଛି ।   ପାରିବାରିକ କହଳ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥାଇପାରେ । ତେବେ ପୋଲିସ ସନ୍ଦେହରେ ହତ୍ୟାକାରୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି ।  ଅହମଦାବାଦ୍‌ର ଓଢ଼ପ ଅଞ୍ଚଳରେ ଦିବ୍ୟପ୍ରଭା ସୋସାଇଟିରେ ଏକ ଘର ଭିତରୁ ଦୁର୍ଗନ୍ଧ ଆସୁଥିଲା । ସ୍ଥାନୀୟ ନାଗରିକ ଏସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘରର ତାଲାଭାଙ୍ଗି ଦେଖିଲା ବେଳକୁ ଭିନ୍ନ ଭିନ୍ନ କୋଠାରୀରେ ୪ଟି ମୃତଦେହ ପଡ଼ିରିହଛି । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଥିଲା ଯେ, ୪ ଦିନ ପୂର୍ବରୁ ଏହି ହତ୍ୟା କରାଯାଇଛି । ପୋଲିସ ଆଶାକରୁଛି ଯେ, ପାରିବାରିକ କଳହ ଯୋଗୁଁ ପରିବାରର ମୁଖ୍ୟ ବିନୋଦ ମରାଠୀ ନିଜ ପତ୍ନୀ ସୋନଲ ମରାଠୀ, ଝିଅ ପ୍ରଗତି, ପୁଅ ଗଣେଶ ଓ ଶାଶୁ ସୁଭଦ୍ରାଙ୍କୁ ହତ୍ୟା କରିଛି । ତେବେ ବିନୋଦ ମରାଠୀ ଫେରାର ଥିବାରୁ ପୋଲିସ ତା’ ଉପରେ ସନ୍ଦେହ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: