ଗଜପତି,୯/୧୧(ମନୋଜ କୁମାର ପାତ୍ର):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚାନ୍ଦିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟ ସମ୍ମୁଖରୁ ଏକ ବିରାଟ କାୟ ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ଅହିରାଜଟି ସ୍କୁଲ ସମ୍ମୁଖ ଡ୍ରେନ ରେ ଦୁଇ ଦିନ ଧରି ରହିଥିଲା, ଏହାପରେ ସ୍ଥାନୀୟ ଲୋକେ ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ। ୦୮ ନଭେମ୍ବର ସନ୍ଧ୍ୟା ସମୟରେ ବ୍ରହ୍ମପୁର ସଦସ୍ୟ ଖବର ପାଇବା ପରେ ତା ପରଦିନ ସକାଳୁ ସାପଟିକୁ ଉଦ୍ଧାର କରିବା ନିମନ୍ତେ ସହଯୋଗୀଙ୍କ ସହ ପହଞ୍ଚି ଥିଲେ। ସାପଟିକୁ ଉଦ୍ଧାର କରିବା ପାଇଁ ଅଧ ଘଣ୍ଟାଏ ସମୟ ଲାଗିଥିଲା। ଉଦ୍ଧାର କାର୍ଯ୍ୟ ରେ ଶ୍ରୀକାନ୍ତ ନାହାକ, ସ୍ୱାଧୀନ ସାହୁ, ଶୁଭମ ସାହୁ, ଶ୍ରୀକାନ୍ତ ସାହୁ ନିୟୋଜିତ ଥିବାବେଳେ ବନ କର୍ମଚାରି ସୌଦାମିନୀ ପଟ୍ଟନାୟକ, ପ୍ରଭାକର ପ୍ରମୁଖ ସହଯୋଗ କରିଥିଲେ। ଉଦ୍ଧାର ପରେ ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡ଼ାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |