ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର, ୧୬।୬ :ବଦଳିଲେ ଭୁବନେଶ୍ବର, କଟକ, ବ୍ରହ୍ମପୁର ମ୍ୟୁନିସିପାଲ କମିଶନର |ଆଇଏଏସ ସ୍ତରରେ  ଅଦଳବଦଳ  କରାଯାଇଛି।  ବିଏମସି ଓ ସିଏମସି କମିଶନର ବଦଳିଛନ୍ତି। ଗଞ୍ଜାମ ଜିଳାପାଳ ବିଜୟ ଅମୃତ କୁଲାଙ୍ଗେ ଭୁବନେଶ୍ବର ମ୍ୟୁନିସିପାଲ କମିଶନର ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ ସିଏମସି କମିଶନର ହୋଇଛନ୍ତି। ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର। ସେହିପରି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ  କୃଷି ନିର୍ଦ୍ଦେଶକ କରାଯାଇଛି। ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ  ଜଳ ସମ୍ପଦ ଯୁଗ୍ମ ସଚିବ ହୋଇଛନ୍ତି।  କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି. ଓଏସଏମସିଏଲ ଏମଡି ଦାୟିତ୍ବ ଦିଆଯାଇଛି। କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ କରାଯାଇଛି । ସଂଗ୍ରାମ କେଶରୀ ମହାପାତ୍ର ଓଏଭି ପ୍ରକଳ୍ପ ନିର୍ଦ୍ଦେଶକ ହୋଇଛନ୍ତି । ସୋମେଶ ଉପାଧ୍ୟାୟ ଦେବଗଡ ଜିଲାପାଳ ହୋଇଛନ୍ତି । କୀର୍ତ୍ତି ଭାସନ ଭି. ହେଲେ ଗଞ୍ଜାମ ଡିଆରଡିଏ ପିଡି। ଜି. ପରାଗ ହର୍ଷଦ ସୁନ୍ଦରଗଡ ଜିଲାପାଳ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!