ନୂଆଦିଲ୍ଲୀ ୧୬।୦୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆପିଏଲ୍) ୨୦୨୨ ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ଏପର୍ଯ୍ୟନ୍ତ ୨୫ଟି ମ୍ୟାଚ ଖେଳା ସରିଛି । ଚଳିତ ସଂସ୍କରଣ ଫାଇନାଲ ମ୍ୟାଚ୍ ଆସନ୍ତା ମେ’ ମାସ ୨୯ ତାରିଖରେ ଖେଳାଯିବ । ଫାଇନାଲ ମ୍ୟାଚ୍ ଓ କ୍ୱାଲିଫାୟର-୨ ମୁକାବିଲା ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜନ ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୋଲକାତାର ଇଡେନ ଗାର୍ଡେନରେ କ୍ୱାଲିଫାୟର-୧ ଓ ଏଲିମିନେଟର ମୁକାବିଲା ଆୟୋଜନ ହୋଇପାରେ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଅହମଦାବାଦ ଫାଇନାଲ ମ୍ୟାଚ ଓ କ୍ୱାଲିଫାୟର-୨ର ଆୟୋଜନ କରିବ, କିନ୍ତୁ ବିସିସିଆଇ ଏପର୍ଯ୍ୟନ୍ତ ଲଖନଉ ଓ କୋଲକାତା ଉପରେ ନିଷ୍ପତ୍ତି ନେଇନାହିଁ । କିଛି ସଦସ୍ୟ କୋଲକାତା ସପକ୍ଷରେ ଥିବା ବେଳେ ଅନ୍ୟମାନେ ଲଖନଉ ଆଡ଼କୁ ମୁହଁ ବୁଲାଉଛନ୍ତି । ବର୍ତ୍ତମାନର ସ୍ଥିତି ଅନୁସାରେ କୋଲକାତରେ ୨ଟି ମ୍ୟାଚର ଆୟୋଜନ ହୋଇପାରେ ।ଏଥର ମୋଟ୍ ୬୦ ପରିବର୍ତ୍ତେ ୭୪ ମ୍ୟାଚ୍ ଖେଳାଯାଉଛି। ଦୁଇଟି ନୂତନ ଦଳ ହେଉଛନ୍ତି ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜାୟଣ୍ଟସ। ବୋର୍ଡ ସଂପାଦକ ଜୟ ଶାହଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଉଦଯାପନୀ ସମାରୋହ ସମ୍ବନ୍ଧିତ ଡକ୍ୟୁମେଣ୍ଟ ଏପ୍ରିଲ ୨୫ ପର୍ଯ୍ୟନ୍ତ କିଣାଯିବ। ଏଥିପାଇଁ ଏକ ଲକ୍ଷ ଟଙ୍କାର ଶୁଳ୍କ ରଖାଯାଇଛି। ଟେଣ୍ଡରରେ ସାମିଲ ହେବାକୁ ଥିବା ପାର୍ଟି ବିସିସିଆଇକୁ ଇ-ମେଲ୍ ଦ୍ଵାରା ସୂଚନା ଦେଇ ପାରିବେ। ତେବେ ଏ ପର୍ଯ୍ୟନ୍ତ ଆଇପିଏଲର ଫାଇନାଲ୍ ମ୍ୟାଚ୍ କେଉଁଠି ଖେଳାଯିବ ସ୍ଥାନ ଘୋଷଣା କରାଯାଇ ନାହିଁ। ମାତ୍ର ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ୍ ମୁକାବିଲା ଖେଳାଯିବାର ସମ୍ଭାବନା ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |