ଆଇପିଏଲ୍‌: ଗୁଜରାଟ ବିପକ୍ଷ ମ୍ୟାଚ୍ ଜିତିଲା ପଂଜାବ

ମୁମ୍ବଇ, ୦୪/୦୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୪୮ତମ ମ୍ୟାଚ୍‌କୁ ପଂଜାବ କିଙ୍ଗ୍‌ସ ୮ ୱିକେଟ୍‌ରେ ଜିତିଛି । ଚଳିତ ଆଇପିଏଲ୍‌ରେ ପଏଣ୍ଟ ଟେବୁଲ ଶୀର୍ଷରେ ଥିବା ଗୁଜରାଟ ଟାଇଟାନ୍‌ସ କ୍ରମାଗତ ୫ଟି ମ୍ୟାଚ୍‌ ଜିତିବା ପରେ ପରାଜୟ ଭୋଗିଛି। ମଙ୍ଗଳବାର ଏକତରଫା ମ୍ୟାଚ୍‌ରେ ଗୁଜରାଟକୁ ୮ ୱିକେଟରେ ପଞ୍ଜାବ କିଙ୍ଗ୍‌ସ ପରାସ୍ତ କରିଛି। ସାଇ ସୁଦର୍ଶନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଗୁଜରାଟ ୮ ୱିକେଟରେ ୧୪୩ ରନ୍‌ କରିଥିଲା। ପଂଜାବ ବିଜୟର ହିରୋଥିଲେ ଅଭିଜ୍ଞ ବ୍ୟାଟର ଶିଖର ଧୱନ୍ । ଜନି ବେୟାରଷ୍ଟୋ (୧ ରନ୍‌)ଙ୍କ ସହିତ ସେ ପାଳି ଆରମ୍ଭ କରିବାକୁ ଆସିଥିଲେ । ୫୩ଟି ବଲ୍ ସାମ୍ନା କରି ୮ଟି ଚୌକା ଓ ଗୋଟିଏ ଛକା ବଳରେ ଧୱନ ଅପରାଜିତ ୬୨ ରନ୍ କରିଥିଲେ । ଭାନୁକା ରାଜପକ୍ଷଙ୍କ ଦର୍ଶନୀୟ ଇନିଂସ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କ ବାଉଣ୍ଡରୀ ବର୍ଷା ବଳରେ ୪ ଓଭର ବାକିଥାଇ ୨ ୱିକେଟ ହରାଇ ପଞ୍ଜାବ ଜିତିଥିଲା। ଗୁଜରାଟ ୧୦ମ ମ୍ୟାଚ୍‌ରେ ୨ୟ ପରାଜୟ ଭୋଗି ପୂର୍ବ ପରି ଶୀର୍ଷ ସ୍ଥାନ ବଜାୟ ରଖିଛି। ପଞ୍ଜାବ ୧୦ମ ମ୍ୟାଚ୍‌ରେ ୫ମ ବିଜୟ ହାସଲକରି ୧୦ ପଏଣ୍ଟ ସହ ୫ମ ସ୍ଥାନକୁ ଉନ୍ନୀତ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!