ଆଇପିଏଲ୍‌ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌: ଆଜି ରୟାଲ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ

ଅହମ୍ମଦାବାଦ,୨୭/୦୫: ଚଳିତ ଆଇପିଏଲ୍‌ରେ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ଶୁକ୍ରବାର ଖେଳାଯିବ । ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ର ବିଜେତା ଫାଇନାଲ୍‌କୁ ଉନ୍ନୀତ ହେବ । ପରାଜିତ ଦଳ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିବ ।ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଥମ କ୍ୱାଲିଫାୟର ମୁକାବିଲାରେ ଗୁଜରାଟ ଟାଇଟନ୍ସ ଠାରୁ ୫ୱିକେଟ୍‌ରେ ପରାଜିତ ହୋଇଥିଲା । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଏଲିମିନେଟର ମୁକାବିଲାରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ରନ୍‌ରେ ହରାଇଥିଲା ।  କେବଳ ୩ଷ୍ଟାର୍‌ ଖେଳାଳି ବିରାଟ କୋହଲି, ଫାଫ ଡୁ ପ୍ଲେସି ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନରେ ଉନ୍ନତି ଆବଶ୍ୟକ ରହିଛି । ତଥାପି ନୂଆ ତାରକା ରୂପେ ଆବିର୍ଭାବ ହୋଇଥିବା ରଜତ ପତିଦର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ସୁପରଜାଏଣ୍ଟ୍‌ସ ବିପକ୍ଷରେ ତାଙ୍କ ଶତକୀୟ ଇନିଂସକୁ ହୁଏତ ଆଇପିଏଲ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ଇନିଂସ ଭାବେ ବିବେଚନା କରାଯିବ ।ଏଲମିନେଟର ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ପ୍ରଦର୍ଶନକୁ ଦେଖିବା ପରେ ରାଜସ୍ଥାନ ରୟାଲ୍ସର ଚିନ୍ତା ବଢିବା ସ୍ୱାଭାବିକ । ରୟାଲ୍‌ ଚ୍ୟାଲେଞ୍ଜର୍ସର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ରହିଛି । ଜୋସ ହାଜେଲଉଡ୍‌, ମହମ୍ମଦ ସିରାଜ, ହର୍ଷଲ ପଟେଲ ଓ ୱାନିଣ୍ଡୁ ହସରଙ୍ଗା ଘାତକ ସାବ୍ୟସ୍ତ ହେବେ । ଅବଶ୍ୟ ରୟାଲ୍ସ ନିକଟରେ ଯଥେଷ୍ଟ ଦୁର୍ଦ୍ଦର୍ଷ ବ୍ୟାଟର ରହିଛନ୍ତି । ଜୋସ ବଟଲର ସର୍ବାଧିକ ରନ୍‌ ସଂଗ୍ରହ କରିସାରିଛନ୍ତି । ସଞ୍ଜୁ ସାମସନ, ଯସଶ୍ୱୀ ଜୈସ୍ୱାଲ୍‌ ଓ ସିମରନ ହେତମେୟର ଫର୍ମରେ ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ ରହିଛି ।

ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ । ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୪ ୱିକେଟ୍‌ରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମୁକାବିଲାରେ ରୟାଲ୍ସ ୨୯ ରନ୍‌ରେ ଜିତିଥିଲା । ତେବେ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ବୋଲରମାନେ ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ କରିବା ଆଶା କରାଯାଉଛି । ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିବା ଦଳ ଫାଇନାଲ୍‌ରେ ପ୍ରବେଶ କରିବ ।

ରାଜସ୍ଥାନ ରୟାଲ୍ସ: ଯସଶ୍ୱୀ ଜୈସ୍ୱାଲ, ଜୋସ ବଟଲର, ସଞ୍ଜୁ ସାମସନ(ଅଧିନାୟକ), ଦେବଦତ୍ତ ପାଡ଼ିକଲ, ସିମରନ ହେତମେୟର, ରିୟାନ ପରାଗ, ରବି ଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ, ପ୍ରସିଦ୍ଧ କ୍ରିଷ୍ଣା, ଓବେଡ୍‌ ମ୍ୟାକ୍‌କୟ ।

ରୟାଲ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି, ଫାଫ ଡୁ ପ୍ଲେସି(ଅଧିନାୟକ), ଗ୍ଲେନ ମ୍ୟାକ୍ସୱେଲ୍‌, ଦିନେଶ କାର୍ତ୍ତିକ, ରଜତ ପତିଦର, ମହିପାଲ ଲୋମରର, ସାହବାଜ ଅହମ୍ମଦ, ହର୍ଷଲ ପଟେଲ, ୱାନିଣ୍ଡୁ ହସରଙ୍ଗା, ମହମ୍ମଦ ସିରାଜ, ଜୋସ ହାଜେଲଉଡ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: