ମୁମ୍ବାଇ,୧୧/୦୫: ଚଳିତ ଆଇପିଏଲ୍ର ୫୮ତମ ଲିଗ୍ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ଉଭୟ ଦଳ ଇତି ମଧ୍ୟରେ ଜୋରଦାର ପ୍ରସ୍ତୁତି କରିଛନ୍ତି । କ୍ୟାପିଟାଲ୍ସ ପୁଣିଥରେ ବିଜୟକୁ ଫେରି ପ୍ଲେ-ଅଫ ଆଶା ଉଜ୍ଜୀବିତ ରଖିବାକୁ ଲକ୍ଷ୍ୟ ରଖିଛି । ସେହିପରି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ମଧ୍ୟ କ୍ୟାପିଟାଲ୍ସ ଯୋଜନା ପ୍ରସ୍ତୁତ କରିଛି । ଉଭୟ ଦଳ ପାଇଁ ମ୍ୟାଚ୍ଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଜୟ ସହ ରୟାଲ୍ସ ଦଳ ପ୍ଲେ-ଅଫ ନିକଟତର ହେବାକୁ ପ୍ରୟାସ କରିବ । ପ୍ରତ୍ୟେକ ଖେଳାଳି ଫିଟ୍ ଓ ଫର୍ମରେ ରହିଥିବାରୁ ଆସନ୍ତା କାଲି ରୟାଲ୍ସ ଦଳର ପଲା ଭାରି ରହିବ । କ୍ୟାପିଟାଲ୍ସ ୨ ଦିନ ତଳେ ଚେନ୍ନାଇ ସୁପରକିଙ୍ଗ୍ସ ଠାରୁ ୯୧ ରନ୍ରେ ପରାଜିତ ହୋଇଥିଲା ।
ପ୍ଲେ-ଅଫ ସ୍ୱପ୍ନ ସାକାର କରିବାକୁ ହେଲେ ଦଳଗତ ପ୍ରଦର୍ଶନ ଜରୁରି । ପୂର୍ବ ପରାଜୟକୁ ଭୁଲି ଆସନ୍ତା କାଲି କ୍ୟାପିଟାଲ୍ସ ବିଜୟ ପାଇଁ ସବୁ ଶକ୍ତି ଖଟାଇବ । ରାଜସ୍ଥାନ ରୟାଲ୍ସ ୧୧ଟି ମ୍ୟାଚ୍ ଖେଳି ୭ ବିଜୟ ସହ ମୋଟ୍ ୧୪ ପଏଣ୍ଟ ହାସଲ କରିସାରିଛି । ପଏଣ୍ଟ ତାଲିକାରେ ରୟାଲ୍ସ ଦଳ ତୃତୀୟ ସ୍ଥାନରେ ରହିଛି । ଦଳ ଆଗକୁ ଆଉ ୩ଟି ଲିଗ୍ ମ୍ୟାଚ୍ ଖେଳିବ । ଏଥିରୁ ୨ଟି ମ୍ୟାଚ୍ ଜିତିଲେ ସିଧା ସଳଖ ପ୍ଲେ-ଅଫ୍ରେ ପ୍ରବେଶ କରିବ । ଗୋଟିଏ ବିଜୟ ମଧ୍ୟ ଦଳକୁ ପ୍ଲେ-ଅଫ୍ରେ ପହଞ୍ଚାଇ ପାରିବ ।
ଶେଷ ୩ଟି ଯାକ ମ୍ୟାଚ୍ ପରାଜିତ ହେଲେ ମଧ୍ୟ ରୟାଲ୍ସ ୧୪ ପଏଣ୍ଟ ସହ ପ୍ଲେ-ଅଫ୍ରେ ଚତୁର୍ଥ ଦଳ ଭାବେ ପ୍ରବେଶ କରିପାରିବ । ହେଲେ ଏଥିପାଇଁ ଅନ୍ୟ ଦଳ ଗୁଡ଼ିକୁ ମଧ୍ୟ ପରାଜିତ ହେବାକୁ ପଡ଼ିବ । ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ ଅର୍ଜନ କରିଛି । ରନ୍ରେଟ୍ ୦.୧୫୦ ରହିଛି । କ୍ୟାପିଟାଲ୍ସ ଦଳ ଶେଷ ୩ଟି ମ୍ୟାଚ୍ରେ ଯଥାକ୍ରମେ ରୟାଲ୍ସ, ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |