ମୁମ୍ବାଇ,୨୨/୦୫ : ଚଳିତ ଆଇପିଏଲ୍ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଉଭୟ ସନରାଇଜର୍ସ ଓ ପଞ୍ଜାବ କିଙ୍ଗ୍ସ ୧୨ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । ଉନ୍ନତ ରନ୍ ରେଟ୍ ବଳରେ ପଞ୍ଜାବ କିଙ୍ଗ୍ସ ସପ୍ତମ ସ୍ଥାନରେ ରହିଛି । ସନରାଇଜର୍ସ ଅଷ୍ଟମ ସ୍ଥାନ ଅଧିକାର କରିଛି । ମ୍ୟାଚ୍ ବିଜୟୀ ଦଳ ଷଷ୍ଠକୁ ଉନ୍ନୀତ ହେବ । ଏହି ସ୍ଥାନରେ ଥିବା କୋଲକାତା ନାଇଟ ରାଇଡର୍ସ ସପ୍ତମକୁ ଖସିବ । ସନରାଇଜର୍ସ ବ୍ୟାଟିଂ ବିଭାଗ ତ୍ରୁଟି ସୁଧାରିବାରେ ବିଫଳ ହୋଇଥିଲା । ଅଧିନାୟକ କେନ ୱିଲିୟମସନଙ୍କ ବ୍ୟାଟ୍ ଏଥର ଚୁପ୍ ରହିଥିଲା । ନିକୋଲାସ ପୂରନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ । ଆହତ ସମସ୍ୟା ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ସାଜିଥିଲା । ୱାସିଂଟନ ସୁନ୍ଦର ଓ ଟି ନଟରାଜନ ବାରମ୍ବାର ଆହତ ହୋଇଥିଲେ । ବର୍ତ୍ତମାନ ସବୁ ଖେଳାଳି ଫିଟ୍ ଓ ଫର୍ମରେ ରହିଛନ୍ତି । ସବୁ ତ୍ରୁଟିକୁ ଭୁଲି ସନରାଇଜର୍ସ ଉନ୍ନତ ପ୍ରଦର୍ଶନ କରିବ । ୱିଲିୟମସନ ମ୍ୟାଚ୍ ଖେଳିବେନି । ତାଙ୍କ ସ୍ଥାନରେ ଜଣେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ । ପଞ୍ଜାବ କିଙ୍ଗ୍ସ ଚଳିତ ସିଜନରେ କିଛି ଚମତ୍କାର ପ୍ରଦର୍ଶନ କରିଥିଲା । ବିଶେଷ କରି ଲାଏମ ଲିଭିଙ୍ଗଷ୍ଟୋନ, ଜନି ବେୟାରଷ୍ଟୋ, ଶିଖର ଧାୱନ, ଅର୍ଶଦୀପ ସିଂହ, କାଗିସୋ ରାବାଡା ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ମୟଙ୍କ ଅଗ୍ରୱାଲ୍ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । କିନ୍ତୁ ଶାହରୁଖ ଖାନ୍ ଓ ଓଡିନ ସ୍ମିଥ୍ ସଫଳତା ସତ୍ତେ୍ୱ ଖୁବ୍ କମ୍ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲେ ।
ସନରାଇଜର୍ସ: ଅଭିଷେକ ଶର୍ମା, ପ୍ରିୟମ ଗର୍ଗ, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ନିକୋଲାସ ପୂରନ, ଗ୍ଲେନ ଫିଲିପ୍ସ, ୱାସିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ଫଜଲହକ ଫାରୁକି, ଉମ୍ରାନ ମଲିକ, ଟି ନଟରାଜନ ।
ପଞ୍ଜାବ କିଙ୍ଗ୍ସ: ଜନି ବେୟାରଷ୍ଟୋ, ଶିଖର ଧାୱନ, ମୟଙ୍କ ଅଗ୍ରୱାଲ୍(ଅଧିନାୟକ), ଲାଏମ ଲିଭଙ୍ଗଷ୍ଟୋନ, ଭାନୁକା ରାଜାପାକ୍ସା, ଜିତେଶ ଶର୍ମା, ହରପ୍ରୀତ ବ୍ରାର, ରିଶି ଧାୱନ, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂହ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |