ନୂଆଦିଲ୍ଲୀ, ୦୬/୦୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୫୦ତମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯାଇଛି । ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ରେ ଗୁରୁବାର ଦିଲ୍ଲୀ ଟିମ୍ ପ୍ରଥମେ ବ୍ୟାଟିଂ କରି ୩ଟି ୱିକେଟ୍ ହରାଇ ୨୦୭ ରନ୍ କରିଥିଲା । ଜବାବରେ ହ୍ରାଇଦ୍ରାବାଦ୍ ୮ୱିକେଟ୍ ବିନିମୟରେ ୧୮୬ ରନ୍ରେ ଅଟକି ଯାଇଥିଲା । ଫଳରେ ଦିଲ୍ଲୀ ଏହି ମ୍ୟାଚ୍କୁ ୨୧ ରନ୍ରେ ଜିତିବା ସହିତ ଚଳିତ ଆଇପିଏଲ୍ରେ ପ୍ଲେଅଫ୍ ଖେଳିବାର ଆଶା ଜାରି ରଖିଛି । ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ୧୦ ପଏଣ୍ଟ ପାଇଛି । ୧୦ଟି ମ୍ୟାଚରୁ ୫ଟିରେ ବିଜୟ ହୋଇଥିଲା ବେଳେ ଅନ୍ୟ ୫ଟି ମ୍ୟାଚରେ ପରାସ୍ତ ହୋଇଛି । ଏବେ ପଏଣ୍ଟ ଟେବୁଲରେ ଦିଲ୍ଲୀ ୫ମ ସ୍ଥାନରେ ରହିଛି । ଏବେବି ହାତରେ ଆହୁରି ୪ଟି ମ୍ୟାଚ ଖେଳିବାର ଅଛି । ତେଣୁ ଟିମ୍ ଯଦି ସବୁ ମ୍ୟାଚ ଜିତିବ, ତା’ହେଲେ ପ୍ଲେଅଫରେ ପହଞ୍ଚି ପାରିବ । ହାଇଦ୍ରାବାଦ୍ ମଧ୍ୟ ୧୦ରୁ ୫ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଅଛି । ହାଇଦ୍ରାଦବାଦ୍ ପାଇଁ ନିକୋଲାସ ପୂରନ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ସେ ୩୪ଟି ବଲ୍ ଖେଳି ୬୨ ରନ୍ କରିଥିଲେ । ଏଥିରେ ୬ଟି ଛକା ମଧ୍ୟ ସାମିଲ ଥିଲା । ଆଶା କରାଯାଉଥିଲା ଯେ, ନିକୋଲାସ ପୂରନ ହିଁ ଏହି ମ୍ୟାଚକୁ ଜିତାଇ ଦେବେ । କିନ୍ତୁ ସେ ଆଉଟ ହୋଇଯିବା ପରେ ଅନ୍ୟ ଖେଳାଳିମାନେ ଆବଶ୍ୟକ ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲେ । ଆଇଡେନ ମାର୍କମ ୪୨ ରନ୍ ଓ ରାହୁଲ ତ୍ରିପାଠୀ ୨୨ ରନ୍ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |