ପୁନେ,୧୪/୦୫: ଚଳିତ ଆଇପିଏଲ୍ର ୬୧ତମ ଲିଗ୍ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ୧୨ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ ହାସଲ କରିଥିବା ନାଇଟ ରାଇଡର୍ସ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି ହୋଇଛି । ସନରାଇଜର୍ସ ବିପକ୍ଷରେ ପରାଜିତ ହେଲେ ପ୍ଲେ-ଅଫ୍ ଦୌଡରୁ ବାଦ ପଡ଼ିବ । ଶେଷ ମ୍ୟାଚ ଜିତିଲେ ମଧ୍ୟ ୧୨ ପଏଣ୍ଟ ସହ ପ୍ଲେ-ଅଫ୍ରେ ପ୍ରବେଶ କରିହେବ ନାହିଁ । ତେଣୁ ମ୍ୟାଚ୍ରେ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରି ନାଇଟ୍ ରାଇଡର୍ସ ବିଜୟ ପାଇଁ ପ୍ରୟାସ କରିବ । ବିଶେଷ କରି ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ବୋଲିଂ ବିଭାଗ ସୁଦୃଢ ରହିଛି । ଷ୍ଟାର ବୋଲର ପ୍ୟାଟ୍ କମିନ୍ସ ଆହତ ହୋଇ ଆଇପିଏଲ୍ ବାକି ଭାଗରୁ ଓହରି ଯାଇଛନ୍ତି । ତାଙ୍କ ଅନୁପସ୍ଥିତିରେ ଉମେଶ ଯାଦବଙ୍କ ଉପରେ ବୋଲିଂ ବିଭାଗ ନିର୍ଭର କରିବ । ସନରାଇଜର୍ସ ୧୧ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ ହାସଲ କରିଛି । ଆଗକୁ ଦଳ ଆଉ ୩ଟି ଲିଗ୍ ମ୍ୟାଚ୍ ଖେଳିବ । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ସନଜରାଇଜର୍ସକୁ ମାକି ମ୍ୟାଚ୍ ଗୁଡିକ ଜିତିବାକୁ ହେବ । ଏପଟେ ଆହତ ସମସ୍ୟା ଦଳକୁ ଚିନ୍ତାରେ ପକାଇଛି । ଦଳର ଦୁଇ ପ୍ରମୁଖ ବୋଲର ୱାସିଂଟନ ସୁନ୍ଦର ଓ ଟି ନଟରାଜନ ଆହତ ଅଛନ୍ତି । ଏମାନଙ୍କ ଅନୁପସ୍ଥିତିରେ ସନରାଇଜର୍ସ ଶେଷ ୪ଟି ମ୍ୟାଚ୍ ପରାଜିତ ହୋଇଛି । ଅବଶ୍ୟ ଆଜିର ମ୍ୟାଚ୍ରେ ଉଭୟ ଫିଟ୍ ଘୋଷିତ ହୋଇ ଖେଳିବେ ବୋଲି ଆଶା କରାଯାଉଛି ।
ନାଇଟ୍ ରାଇଡର୍ସ: ଅଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ଶ୍ରେୟାସ ଆୟର(ଅଧିନାୟକ), ନିତିଶ ରାଣା, ରିଙ୍କୁ ସିଂ, ସାମ ବିଲିଙ୍ଗ୍ସ, ଆନ୍ଦ୍ରେ ରସେଲ, ଉମେଶ ଯାଦବ, ସୁନିଲ ନାରାଏନ, ଟିମ ସାଉଦି, ବରୁଣ ଚକ୍ରବର୍ତ୍ତୀ ।
ସନରାଇଜର୍ସ: କେନ ୱିଲିୟମସନ (ଅଧିନାୟକ), ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ନିକୋଲାସ ପୂରନ, ଶଶାଙ୍କ ସିଂହ, ୱାସିଂଟନ ସୁନ୍ଦର/ ଜେ ସୁଚିଥ, ଭୁବନେଶ୍ୱର କୁମାର, ମାର୍କୋ ଜନସେନ, ଉମ୍ରାନ ମଲିକ, ଟି ନଟରାଜନ/ କାର୍ତ୍ତିକ ତ୍ୟାଗୀ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |