ମୁମ୍ବାଇ,୧୩/୦୫: ଚଳିତ ଆଇପିଏଲ୍ର ୬୦ତମ ଲିଗ୍ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ରୟାଲ୍ ଚ୍ୟାଲେଞ୍ଜର୍ସ ଇତି ମଧ୍ୟରେ ୧୨ଟି ମ୍ୟାଚ୍ ଖେଳି ୧୪ ପଏଣ୍ଟ ହାସଲ କରିଥିଲେ ହେଁ ରନ୍ ରେଟ୍ -୦.୧୧୫ ରହିଛି । ସେହିପରି ପଞ୍ଜାବ କିଙ୍ଗ୍ସ ୧୧ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ(-୦.୦୫୭ ରନ୍ ରେଟ୍) ଅକ୍ତିଆର କରିଛି । ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ପଞ୍ଜାବ କିଙ୍ଗ୍ସକୁ ବାକି ୩ଟି ଯାକ ମ୍ୟାଚ୍ ଜିତିବାକୁ ହେବ । ରୟାଲ୍ ଚ୍ୟାଲେଞ୍ଜର୍ସ ଆସନ୍ତା କାଲି ଜିତିଲେ ପଏଣ୍ଟ ତାଲିକାର ତୃତୀୟକୁ ଉଠିବ । ତଥାପି ଦଳର ପ୍ଲେ-ଅଫ୍ ନିଶ୍ଚିତ ହୋଇପାରିବ ନାହିଁ । ରନ୍ ରେଟ୍ କମ୍ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସକୁ ଶେଷ ୨ଟି ଯାକ ମ୍ୟାଚ୍ ଜିତିବାକୁ ପଡ଼ିବ । ବିରାଟ କୋହଲି ଓ ଫାଫ ଡୁ ପ୍ଲେସିଙ୍କୁ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବାକୁ ହେବ । ବିଶେଷ କରି ପଞ୍ଜାବ କିଙ୍ଗ୍ସର ସନ୍ଦିପ ଶର୍ମାଙ୍କ ବିପକ୍ଷରେ ଉଭୟଙ୍କୁ ସତର୍କ ରହିବାକୁ ପଡ଼ିବ । ସେହିପରି ଶିଖର ଧାୱନ ଓ ଜନି ବେୟାରଷ୍ଟୋଙ୍କ ପାଇଁ ୱାନିଣ୍ଡୁ ହସରଙ୍ଗା ପ୍ରସ୍ତୁତ ରହିଛନ୍ତି ।
ରୟାଲ ଚ୍ୟାଲେଞ୍ଜର୍ସ: ଫାଫ ଡୁ ପ୍ଲେସି(ଅଧିନାୟକ), ବିରାଟ କୋହଲି, ରଜତ ପତିଦର, ଗ୍ଲେନ ମ୍ୟାକ୍ସୱେଲ, ସାହବାଜ ଅହମ୍ମଦ, ମହିପାଲ୍ ଲୋମରର, ଦିନେଶ କାର୍ତ୍ତିକ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଜୋସ ହାଜେଲଉଡ୍ ।
ପଞ୍ଜାବ କିଙ୍ଗ୍ସ: ଜନି ବେୟାରଷ୍ଟୋ, ଶିଖର ଧାୱନ, ମୟଙ୍କ ଅଗ୍ରୱାଲ୍(ଅଧିନାୟକ), ଭାନୁକା ରାଜାପାକ୍ସା, ଲାଏମ ଲିଭଙ୍ଗଷ୍ଟୋନ, ଜିତେଶ ଶର୍ମା, ରିଶି ଧାୱନ, ରାହୁଲ ଚହର, କାଗିସୋ ରାବାଡା, ଅର୍ଶଦୀପ ସିଂହ, ସନ୍ଦିପ ଶର୍ମା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |