ଲକ୍ଷ୍ନୌ,୩ା୫: ଚଳିତ ଆଇପିଏଲର ୪୫ତମ ମ୍ୟାଚ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ଓ ଚେନ୍ନଇ ସୁପରକିଙ୍ଗ୍ସ ମଧ୍ୟରେ ବୁଧବାର ଖେଳାଯିବ। ଉଭୟ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବେ। ଲକ୍ଷ୍ନୌ ୯ ଟି ମ୍ୟାଚରୁ ୫ଟି ବିଜୟ ଓ ୪ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଶେଷ ମ୍ୟାଚରେ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ଛୋଟ ସ୍କୋରରେ ପରାଜିତ ହୋଇଥିଲା। ଦଳ ବୋଲିଂରେ ଉଚ୍ଚକୋଟିର ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ବ୍ୟାଟିଂରେ କାଏଲ ମେୟର୍ସ ଭଲ ଫର୍ମରେ ରହିଥିଲେ ମଧ୍ୟ ଶେଷ ମ୍ୟାଚରେ ବିଫଳ ହୋଇଥିଲେ। ରାହୁଲ ଆରସିବି ବିପକ୍ଷ ମ୍ୟାଚରେ ଆହତ ହୋଇ ସୁଦ୍ଧା ଶେଷରେ ବ୍ୟାଟିଂ କରିବାକୁ ଆସିଥିଲେ। ଚେନ୍ନଇ ବିପକ୍ଷରେ ଖେଳିବା ନେଇ ଆଶଙ୍କା ରହିଛି। ରାହୁଲ ଫିଲ୍ଡିଂ କରୁଥିବାବେଳେ ଆଣ୍ଠୁରେ ଆଘାତ ଲାଗିଥିଲା। ଫଳରେ ସେ ଓପନିଂ କରିବାକୁ ଆସିନଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |