ଆଇପିଏଲ ର ୫୨ତମ ମ୍ୟାଚ : ରାଜସ୍ଥାନ ରୟାଲ୍‌ସକୁ ଭେଟିବ ସନରାଇଜର୍ସ ହାଇଦରାବାଦ୍‌

ଜୟପୁର,୭।୫ : ଚଳିତ ଆଇପିଏଲର ୫୨ତମ ମ୍ୟାଚ ରବିବାର ରାତିରେ ରାଜସ୍ଥାନ ରୟାଲ୍‌ସ ଓ ସନରାଇଜର୍ସ ହାଇଦରାବାଦ୍‌ ମଧ୍ୟରେ ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯିବ। ଉଭୟ ଦଳ ଶେଷ ମ୍ୟାଚରେ ପରାଜୟ ଭୋଗିଛନ୍ତି। ପ୍ଳେ ଅପ୍‌ ଦୌଡରେ ତିଷ୍ଠି ରହିବାକୁ ହେଲେ ଦୁଇ ଦଳ ପାଇଁ ଉକ୍ତ ମ୍ୟାଚ ଗୁରୁତ୍ବପୂର୍ଣ୍ଣ। ରାଜସ୍ଥାନ ଦଳ ୧୦ଟି ମ୍ୟାଚରୁ ୫ଟି ବିଜୟ ଓ ୫ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଦଳ ଶେଷ ଦୁଇ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ଠାରୁ ୬ ୱିକେଟରେ ଓ ଗୁଜରାଟ ଟାଇଟାନ୍‌ସ ନିକଟରୁ ୯ ୱିକେଟରେ ପରାଜିତ ହୋଇଛି। ଯଶସ୍ବୀ ଜସୱାଲ ଭଲ ଫର୍ମରେ ଥିବାବେଳେ ଜୋସ ବଟ୍‌ଲର ଫର୍ମ ହରାଇବା ଦଳକୁ ଚିନ୍ତାରେ ପକାଇଛି। ସାମସନ, ଦେବଦତ୍ତ ପାଡିକଲ, ରିୟାନ ପରାଗ ମଧ୍ୟ ରନ କରିବାକୁ ସଂଘର୍ଷ କରୁଛନ୍ତି । ହେତ୍‌ମେୟାର ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରୁନାହାନ୍ତି। ବୋଲିଂରେ ଟ୍ରେଣ୍ଟ ବୋଲ୍ଟ,ସନ୍ଦୀପ ଶର୍ମା ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଆଡାମ ଜାମ୍ପା, ଯୁଜୁବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ବିନ ଭଳି ସ୍ପିନର ରହିଥିଲେ ମଧ୍ୟ ମିଡିଲ୍‌ ଓଭରରେ ରନ ରୋକିପାରୁନାହାନ୍ତି। ଦଳକୁ ବ୍ୟାଟିଂ ଓ ବୋଲିଂରେ ତ୍ରୁଟିକୁ ସୁଧାରି ଖେଳିବାକୁ ପଡିବ। ଅନ୍ୟପକ୍ଷରେ ସନରାଇଜର୍ସ ହାଇଦରାବାଦ୍‌ ପ୍ଲେ ଅପ୍‌ ଦୌଡ଼କୁ ନେଇ ଏ​‌େ​‌ବ କର ବା ମର ସ୍ଥିତିରେ ରହିଛି। ଦଳ ୯ଟି ମ୍ୟାଚରୁ ମାତ୍ର ୩ଟି ବିଜୟ ହାସଲ କରିଛି। ଏବେ ଦଳ ପାଇଁ ପ୍ରତ୍ୟେକ ମ୍ୟାଚ ଗୁରୁତ୍ବପୂର୍ଣ୍ଣ। ବ୍ୟାଟିଂରେ ହ୍ୟାରୀ ବ୍ରୁକ୍‌ସ, ଆଇଡାନ ମାର୍କରାମ,ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ,ହେନରିକ୍‌ କ୍ଲାସେନ, ଅବଦୁଲ ସାମଦ ପ୍ରମୁଖ ନିୟମିତ ରନ କରିବା​‌େ​‌ର ବିଫଳ ହେଉଛନ୍ତି। ଦଳ ଶେଷ ମ୍ୟାଚରେ ରନ୍‌କୁ ପିଛାକରି ପରାଜିତ ହୋଇଛି। ବୋଲିଂରେ ଭୁବନେଶ୍ବର କୁମାର, ମାାର୍କୋ ୟାନସେନ,ଟି. ନଟରାଜନ, ମୟଙ୍କ ମାର୍କଣ୍ଡେ ସେଭଳି ପ୍ରଭାବିତ କରିପାରୁନାହାନ୍ତି। ପ୍ରଥମ ଚରଣ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ୭୨ରନରେ ପରାଜିତ ହୋଇଥିଲା। ଦଳ ପ୍ରତିଶୋଧ ଲକ୍ଷ୍ୟ ରଖି ଖେଳିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!