ଆଇପିଏଲ : ୧୩ ରନରେ ହାରିଲା ହାଇଦ୍ରାବାଦ

ମୁମ୍ବାଇ,୦୨/୦୫: ଚଳିତ ଆଇପିଏଲର ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହ ଚଳିତ ସିଜିନର ବାକି ମ୍ୟାଚ୍‌ ଗୁଡ଼ିକରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳିବ ଦଳ। ମହେନ୍ଦ୍ର ସିଂହ ଧୋନୀ ଦଳର ନେତୃତ୍ୱ ନେଲା ପରେ ଚେନ୍ନାଇ ସୁପରି କିଙ୍ଗ୍‌ସ ପୁଣି ଥରେ ଶକ୍ତିଶାଳୀ ହୋଇଥିବା ଦେଖିବାକୁ ମିଳିଛି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୪୫ତମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌କୁ ୧୩ ରନ୍‌ରେ ପରାସ୍ତ କରିଛି । ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏଶନ ଷ୍ଟାଡିୟମ୍‌ରେ ରବିବାର ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ମାତ୍ର ୨ ୱିକେଟ୍ ହରାଇ ୨୦୨ ରନ୍ କରିଥିଲା । ଜବାବରେ ହାଇଦ୍ରାବାଦ୍ ୬ଟି ୱିକେଟ ହରାଇ ୧୮୯ ରନ୍‌ରେ ଅଟକି ଯାଇଥିଲା ।   ହାଇଦ୍ରାବାଦ ଆଗରେ ୨୦୩ରନର ବିଜୟ ଲକ୍ଷ୍ୟ ଥିବାବେଳେ ଏହି ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୯ ରନ କରିପାରିଥିଲା । ଦଳ ପକ୍ଷରୁ ନିକୋଲାସ ପୁରନ ୬୪, କେନ ଓ୍ବିଲିୟମସନ ୪୭ ଓ ଅଭିଷେକ ଶର୍ମା ୩୯ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ୪ଟି ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ମହେନ୍ଦ୍ର ସିଂ ଧୋନି ପୁଣି ଅଧିନାୟକ ହେବା ପରେ ଚେନ୍ନାଇ ନିଜର ପୁରୁଣା ଫର୍ମ ପୁଣି ଫେରିପାଇବା ଭଳି ଲାଗୁଛି । ଦଳର ଦୁଇ ଓପନର ଋତୁରାଜ ଗାଇକ୍ବାଡ୍ ଓ ଡେଭନ କନଓ୍ବେ ହାଇଦ୍ରାବାଦ ବୋଲରଙ୍କୁ ନିର୍ମମ ପ୍ରହାର କରିବା ସହ ପ୍ରଥମ ଓ୍ବିକେଟ୍ ଯୋଡିରେ ରେକର୍ଡ ୧୮୨ ରନ ଯୋଗ କରିଥିଲେ । ଗାଇକ୍ବାଡ୍ ୯୯ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବାବେଳେ ଓ କନଓ୍ବେ ୮୫ ରନ କରିଥିଲେ । ତେବେ ମହେନ୍ଦ୍ର ସିଂ ମାତ୍ର ୮ ରନ କରି ଆଉଟ ହୋଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: