ମୁମ୍ବାଇ,୨୬/୦୩: ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ମଜା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)। ମାର୍ଚ୍ଚ ୨୬ରେ ମୁମ୍ବାଇର ଐତିହାସିକ ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଉଦ୍ଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ । ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ । ଏଥର ଆଇପିଏଲ ୨୦୨୨ ମେଗା ହେବାକୁ ଯାଉଛି। ଏଥିପାଇଁ ମୋଟ୍ ୮୦ ଭାଷ୍ୟକାରଙ୍କ ଟିମ୍ ପ୍ରସ୍ତୁତ କରାଯାଇଛି। ଦୁଇ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଅଲଗା ଅଲଗା ଭାଷାରେ କମେଣ୍ଟ୍ରି କରାଯିବ। ଆଇପିଏଲ ୨୦୨୨କୁ ୮ ଭିନ୍ନ ଭିନ୍ନ ଭାଷାରେ ଏବଂ ୨୪ ଅଲଗା ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥର ଆଇପିଏଲର କମେଣ୍ଟ୍ରି ହିନ୍ଦୀ, ଇଂରାଜୀ, ତାମିଲ, କନ୍ନଡ, ମରାଠୀ, ମାଲାୟାଲମ, ବଙ୍ଗାଳି ଭାଷାରେ କରାଯିବ। ଏଥିପାଇଁ ଷ୍ଟାର ପକ୍ଷରୁ ୮୦ ଜଣ ଭାଷ୍ୟକାରଙ୍କ ଟିମ୍ ପ୍ରସ୍ତୁତ କରାଯାଇଛି। ଏଥିରେ ଅନେକ ଦିଗ୍ଜ ଭାଷ୍ୟକାରଙ୍କ ନାମ ସାମିଲ୍। ଆଇପିଏଲ ୨୦୨୨ରେ ଭାଷ୍ୟକାରଙ୍କ ତାଲିକାରେ ଅନେକ ଦିଗ୍ଜ ରହିଛନ୍ତି। ହର୍ଷ ଭୋଗଲେ, ସୁନିଲ ଗାଭାସ୍କର, ରବି ଶାସ୍ତ୍ରୀ, ସୁରେଶ ରୈନା, ଆକାଶ ଚୋପ୍ରା, ଇରଫାନ ପଠାନଙ୍କ ପରି ନାମ ଏଥର ଆଇପିଏଲରେ କମେଣ୍ଟ୍ରି ଟିମ୍ରେ ଅଛନ୍ତି। ଆଜିଠୁ ଆଇପିଏଲର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବ । ଦୁଇଟି ନୂଆ ଦଳ ସହ ଲିଗର ନବକଳେବର ହୋଇଛି। ୨୦୨୨ ସଂସ୍କରଣ ସଂପୂର୍ଣ୍ଣ ଭାବେ ଘରୋଇ ଭେନ୍ୟୁରେ ଆୟୋଜିତ ହେବ । ସେଥିପାଇଁ ମୁମ୍ବାଇ ଓ ପୁନେରେ ୪ଟି ଭେନ୍ୟୁ ଚୟନ କରାଯାଇଛି। ଲିଗର ସମସ୍ତ ମ୍ୟାଚ୍ ଏହି ଭେନ୍ୟୁରେ ଖେଳାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |