ଆଇପିଏଲ-୨୦୨୩ର ଶୁଭାରମ୍ଭ, ଚେନ୍ନାଇ-ଗୁଜରାଟ ମୁକାବିଲା

ଅହମଦାବାଦ,୩୧।୩: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍‌ର ୧୬ତମ ସଂସ୍କରଣ  ଉଦ୍‌ଘାଟିତ ହୋଇଯାଇଛି। ପ୍ରସିଦ୍ଧ ଗାୟକ ଅରିଜିତ ସିଂ ଗୀତ ଗାଇ ଦର୍ଶକଙ୍କ ମନ ମୋହିଛନ୍ତି। ଏପରିକି ଅରିଜିତ ପିଆନୋ ବଜାଇ ସଂଗୀତ ପରିବେଷଣ କରିଥିଲେ । ସେହିପରି ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ରଶ୍ମିକା ମନ୍ଦାନା ନୃତ୍ୟ ପରିବେଷଣ କରିଥିଲେ। ରଶ୍ମିକା ନାଟୁ-ନାଟୁ ଗୀତରେ ନାଚିଥିଲେ। କାର୍ଯ୍ୟକ୍ରମ ଶେଷରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଞ୍ଚକୁ ନିମନ୍ତ୍ରଣ କରାଯାଇଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିସିସିଆଇ ସଚିବ ଜୟ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ ବର୍ତ୍ତମାନର ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ । ଗୁଜରାଟର ଅଧିନାୟକ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଆଇପିଏଲ୍ ଇତିହାସରେ ଉଭୟ ଦଳ ଏପର୍ଯ୍ୟନ୍ତ ଦୁଇଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ହାର୍ଦ୍ଦିକଙ୍କ ଦଳ ଗୁଜରାଟ ଟାଇଟାନ୍ସ ବିଜୟୀ ହୋଇଛି। ଏହି ମ୍ୟାଚ୍ ଜିତି ଗୁଜରାଟ ଦଳ ଚେନ୍ନାଇ ବିପକ୍ଷରେ ବିଜୟର ହ୍ୟାଟ୍ରିକ୍ ହାସଲ କରିବାକୁ ଚାହୁଁଥିବା ବେଳେ ମାହିଙ୍କ ଦଳ ଗୁଜରାଟ ବିପକ୍ଷରେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!