ନୂଆଦିଲ୍ଲୀ,୧୩।୫ : ଆଇପିଏଲ ୨୦୨୩ର ୫୯ତମ ମ୍ୟାଚ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମୁହାଁମୁହିଁ । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟ ସାଢ଼େ ୭ଟାରେ ଖେଳାଯିବ। ଆଇପିଏଲ ୨୦୨୩ର ୫୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଡିସି ଟସ ଜିତତି ପ୍ରଥମେବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଛନ୍ତି। ସେହିପରି ପିବିକେଏସ ଦଳ ଅଧିନାୟକ ଶିଖର ଧାଓ୍ବନଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଛି। ଦିଲ୍ଲୀ ୧୧ଟି ମ୍ୟାଚ ଖେଳିଛି ଯେଉଁଥିରେ ୪ଟି ମ୍ୟାଚ ଜିତିଥିବାବେଳେ ୭ଟି ମ୍ୟାଚ ହାରିଛି। ୮ ପଏଣ୍ଟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଦଶମ ସ୍ଥାନରେ ରହିଛି। ଏଥିସହିତ ପ୍ଲେ ଅଫରେ ପଞ୍ଜାବ କିଙ୍ଗ୍ସ ପହଞ୍ଚିବାର ସମ୍ଭାବନା ବହୁତ କମ ରହିଛି। ବର୍ତ୍ତମାନ ପଞ୍ଜାବ ଦଳ ୧୦ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |