ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଡଙ୍ଗରିଆ ଆଦିବାସୀଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ବଣ୍ଟନ

ମୁନିଗୁଡା,:୮/୬ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଅଞ୍ଚଳର ଅଗ୍ରଣୀ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ନିୟମଗିରି ଅଞ୍ଚଳରେ ବସବାସ କରୁଥିବା କିଛି ଡଙ୍ଗରିଆ ଆଦିବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବ୍ୟାଙ୍କ ଶାଖା ପରିଚାଳକ ଦିଲ୍ଲୀପ ଚୌବେଙ୍କ ନେତୃତ୍ୱରେ ବ୍ୟାଙ୍କର ଅତିରିକ୍ତ ଶାଖା ପରିଚାଳକ ରଶ୍ମିରଞ୍ଜନ ମିଶ୍ର, କୋଷଦକ୍ଷ ନରସିଂହ ପଣ୍ଡା, ନୀଳାଞ୍ଚଳ ସାହୁ ପ୍ରମୁଖ ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାୟତ ତଥା ନିୟମଗିରି ଅଞ୍ଚଳର ମଣ୍ଡା ଗ୍ରାମରେ ପହଞ୍ଚି ଗ୍ରାମର 20 ରୁ ଉର୍ଦ୍ଧ ପରିବାରକୁ ଶୁଖିଲା ଖାଦ୍ୟ ଓ ଚାଉଳ, ଡାଲି, ଆଳୁ, ତେଲ,ସୋୟା ସହ ବିଭିନ୍ନ ରାସନ ସାମଗ୍ରୀ ଓ ମାସ୍କ ସହ ଛୋଟ ପିଲାଙ୍କୁ ବିସକୁଟ ବଣ୍ଟନ କରିଥିଲେ l ପରେ ଗ୍ରାମବାସୀ ମାନଙ୍କୁ କରୋନା ଉପରେ ସଚେତନତା କରିଥିଲେ l ପରେ ସ୍ବେଛାସେବୀ ଅନୁଷ୍ଠାନ ନିୟୁହୋପ ଠାରେ ରହୁଥିବା ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ସହ ମାସ୍କ ବଣ୍ଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ କର୍ମଚାରୀ ଶିବା ପଟେଲ, ଭୋଲେଶ୍ୱର ନାୟକ, ଚୁଲେଶ୍ୱର, ବିଷ୍ଣୁ,ଗ୍ରାମ ପଞ୍ଚାୟତର ପିଇଓ ନିରଞ୍ଜନ ବେହେରା ଓ ଗ୍ରାମ ରୋଜଗାର ସେବକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l ଏହି ରାସନ ସାମଗ୍ରୀ ଗ୍ରହଣ କରିବା ପରେ ଗ୍ରାମବାସୀ ମାନେ ଖୁସି ବ୍ୟକ୍ତ କରିଥିବା ବେଳେ ଆଗାମୀ ଦିନରେ ଅଞ୍ଚଳର ଅନ୍ୟ ଗ୍ରାମ ମାନଙ୍କରେ ମଧ୍ୟ ଏହିପରି ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରାଯିବ ବୋଲି ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ଦିଲ୍ଲୀପ ଚୌବେ ପ୍ରକାଶ କରିଥିଲେ l

WhatsApp Image 2021 06 08 at 12.55.17 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: