ବ୍ରହ୍ମପୁର,୨୧/୭(ମନୋଜ କୁମାର ପାତ୍ର):ସ୍ଥାନୀୟ ହିଲ୍ ପଟଣା ସ୍ଥିତ ମାତୃଶ୍ରୀ ଆଙ୍ଗଲୋବୈଦିକ ବିଦ୍ୟାଳୟରେ ଆଇସିଏସଇ ବ୍ରହ୍ମପୁର ଜୋନ୍ ସ୍ତରୀୟ ବ୍ୟାଡ୍ ମିଣ୍ଟନ୍ ଓ ଟେବୁଲ ଟେନିସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ଜୋନ୍ ର ଏମ୍.ଏ.ଭି ସ୍କୁଲ, ଡି ପଲ୍ ସ୍କୁଲ, ଜୟଶ୍ରୀ କେମିକାଲସ୍(ଗଞ୍ଜାମ),କାରମେଲ ସ୍କୁଲ(ଛତ୍ରପୁର) ଆଦି ସ୍କୁଲରୁ ପ୍ରାୟ ୧୨୦ ଜଣ ପ୍ରତିଯୋଗି ଭାଗ ନେଇଥିଲେ।ଏହି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରୀୟ ଆଇସିଏସଇ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ କରାଯାଇଛି।ଏହି ପ୍ରତିଯୋଗିତାକୁ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ କୁମୁଦ ରଞ୍ଜନ ପାଢ଼ୀ ଓ ସ୍କୁଲ ଅଧ୍ୟକ୍ଷ ଦ୍ଵାରିକାନାଥ ପଣ୍ଡା ଉଦଘାଟନ କରି ଖେଳାଳିଙ୍କୁ ଉତ୍ଚାହିତ କରିଥିଲେ ।ତେବେ ଏହି ପ୍ରତିଯୋଗିତାକୁ ବ୍ୟାଡ୍ ମିଣ୍ଟନ୍ ଜାତୀୟ ଖେଳାଳି ଶ୍ରୀ ଦୀପକ ତୀବ୍ରୱାଲ୍ ଓ ଜାତୀୟ ଟେବୁଲ ଟେନିସ୍ ଖେଳାଳି ଶ୍ରୀ କିଷାନ୍ ବେହେରା,କ୍ରୀଡ଼ା ଶିକ୍ଷକ ସୁରେଶ ଚନ୍ଦ୍ର ପାଢ଼ୀ, ସୁନିଲ୍ କୁମାର ଦାସ ଓ ବିନାୟକ ହୋତାଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |