ଆଉ ୨ ଟଙ୍କା ମହଙ୍ଗା ହେଲା କ୍ଷୀର, ଅମୂଲ ଏବଂ ମଦର ଡାଏରୀ

ନୂଆଦିଲ୍ଲୀ,୧୬।୮ :   ଆଉ ଦୁଇ ଟଙ୍କା ବଢିବ ଅମୂଲ ଏବଂ ମଦର ଡାଏରୀର କ୍ଷୀର ପକେଟ୍ ଦାମ। ନୂତନ ଦର ଅଗଷ୍ଟ ୧୭ରୁ ଲାଗୁ ହେବ। ସେମିତିରେ କ୍ଷୀର ଦାମ ପୂର୍ବରୁ ମହଙ୍ଗା ଥିଲା।   ଏହା ପୂର୍ବରୁ ମଦର ଡାଏରୀ ମାର୍ଚ୍ଚ ୭ରେ ଲିଟିକିଆ କ୍ଷୀର ପକେଟ୍‌ର ଦାମ ୨ ଟଙ୍କା ବଢାଇଥିଲା। ଗୁଜରାଟ କପୋରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ ଅମୂଲ ବ୍ରାଣ୍ଡରେ କ୍ଷୀର ଏବଂ ଡାଏରୀ ପ୍ରକ୍ଟରର ଦୁଗ୍ଧ ସାମଗ୍ରୀ ବିକ୍ରି କରିଥାନ୍ତି। ଏବେ ଅମୂଲ ଏବଂ ମଦର ଡାଏରୀ ବୁଧବାରଠୁ ଲିଟର ପିଛା କ୍ଷୀରର ମୂଲ୍ୟ ୨ ଟଙ୍କା ବଢାଇବାକୁ ଘୋଷଣା କରିଛି। କଞ୍ଚାମାଲର ଦାମ ବଢିବାରୁ କ୍ଷୀର ମୂଲ୍ୟ ବଢାଯାଉଥିବା କମ୍ପାନୀ କହିଛି। ଏବେ ୫୦୦ ମିଲିମିଟର ଅମୂଲ ଗୋଲ୍ଡର ମୂଲ୍ୟ ୩୧ ଟଙ୍କା ହୋଇଯିବ। ସେହିପରି ଅମୂଲ ତାଜାର ୫୦୦ ମିଲିମିଟର ପ୍ୟାକେଟ୍ ଏବେ ଗ୍ରାହକଙ୍କୁ ୨୫ ଟଙ୍କା ପଡିବ। ୫୦୦ ମିଲିମିଟର ଅମୂଲ ଶକ୍ତିର ପ୍ୟାକେଟ୍ ୨୮ ଟଙ୍କାରେ ମିଳିବ।  ଏହିପରି ବୁଧବାରଠୁ ମଦର ଡାଏରୀର ଏକ ଲିଟର କ୍ଷୀର ପ୍ୟାକେଟ୍‌ର ଦାମ ୬୧ ଟଙ୍କାରେ ବିକ୍ରି ହେବ। ଟୋଣ୍ଡ କ୍ଷୀର ୫୧ ଟଙ୍କା ଏବଂ କାଓ ମିଲ୍କର ଲିଟର ପିଛା ଦର ୫୩ ଟଙ୍କା ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: