ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର୨୮/୫: ବାତ୍ୟା ‘ୟାସ’ ଯୋଗୁ ଓଡ଼ିଶାର ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ମୟୂରଭଞ୍ଜ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବାବେଳେ ଅପରାହ୍ନରେ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ଓଡ଼଼ିଶାକୁ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର। ବାତ୍ୟା ପାଇଁ ମୋଟ ୧୦୦୦ କୋଟିରେ ସହାୟତା ଘୋଷଣା ହୋଇଛି। ସେଥିମଧ୍ୟରୁ ଓଡ଼ିଶାକୁ ଏକାକୀ ୫୦୦ କୋଟି ଟଙ୍କାର ସହାୟତା ମିଳିଥିବା ବେଳେ ବାକି ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାରଖଣ୍ଡକୁ ମିଳିଛି। ସେହିପରି ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା ହୋଇଛି।ୟ ଘଣ୍ଟାଏ ଧରି ଚାଲିଥିବା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ସ୍ଥାୟୀ ପ୍ରତିକାର କରିବା ଦାବି କରିଥିଲେ ରାଜ୍ୟ ସରକାର। ଉପକୂଳ ଜିଲ୍ଲାରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ ବ୍ୟବସ୍ଥା କରିବା ସହିତ ସମୁଦ୍ର ଜୁଆର ଅଟକାଇବାକୁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଥିଲା ରାଜ୍ୟ। ତେବେ ୟାସ ବାତ୍ୟା କ୍ଷୟକ୍ଷତି ପାଇଁ ରାଜ୍ୟ ପକ୍ଷରୁ କୌଣସି ସହାୟତା ଦାବି କରାଯାଇ ନଥିଲା। ୟାସ କ୍ଷୟକ୍ଷତିକୁ ରାଜ୍ୟ ସରକାର ତୁଲାଇ ଦେବେ ବୋଲି ସୂଚନା ଦେଇଥିଲେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: