ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ଭୁବନେଶ୍ୱର:୨୭। ୫: ଆଜି ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ବାତ୍ୟା ୟାସ ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ହେଲିକପ୍ଟର ଯୋଗେ ସ୍ଥିତି ପରଖିଛନ୍ତି। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ୨୪ ଘଣ୍ଟାରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ସ୍ୱଭାବିକ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ବାତ୍ୟା ପୂର୍ବରୁ ସରକାରଙ୍କ ତରଫରୁ ବାତ୍ୟା ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଇଥିଲା। ଏହାସହ ବାତ୍ୟା ପ୍ରଭାବିତ ଜିଲା ଗୁଡିକରେ ପୁନରୁଦ୍ଧାର,କ୍ଷୟକ୍ଷତି ଆକଳନ ପାଇଁ ତ୍ୱରିତ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି। ପ୍ରଭାବିତ ଅଞ୍ଚଳ ଗୁଡିକରେ ଅଗ୍ନିଶମ କର୍ମଚାରୀ, ଏନଡିଆରଏଫ ଟିମ ପହଞ୍ଚି ନିଜ କାର୍ଯ୍ୟ ତୁରନ୍ତ ଆରମ୍ଭ କରି ଦେଇଥିଲେ।
ସୂଚନା ଯୋଗ୍ୟ, ବାତ୍ୟା ୟାସ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବା ସହ ବାଲେଶ୍ୱର ଅଞ୍ଚଳରେ ବିଭିନ୍ନ କ୍ଷତି ଘଟାଇଥିବା ବେଳେ ଏହାର ପ୍ରଭାବ ଭଦ୍ରକ, କେନ୍ଦ୍ରାପଡା, ମୟୁରଭଞ୍ଜ, ଯାଜପୁରରେ କ୍ଷତି ଘଟାଇଥିଲା। ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ମଧ୍ୟ ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: