ଆକ୍ସନ ମୋଡ଼ରେ “ଟିମ କ୍ଲିନ ସିଟି” ; ପୁଣି ଆରମ୍ଭ ହେଲା ପୋଷ୍ଟର ଚିରା ଅଭିଯାନ

ବ୍ରହ୍ମପୁର,୮/୧୧(ମନୋଜ କୁମାର ପାତ୍ର):ପ୍ରତି ସପ୍ତାହର ରବିବାର ଦିନ ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଟିମ କ୍ଲିନ ସିଟି ପକ୍ଷରୁ ଜାରି ରହିଛି ସାମାଜିକ ସେବା କାର୍ଯ୍ୟ। ବିଭିନ୍ନ ପ୍ରକାର ସେବା ପରେ ସହରର ବିଭିନ୍ନ ଛକମାନଙ୍କରେ ଶୋଭାବୃଦ୍ଧି କରୁଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା ଉପରେ ଧ୍ୟାନ ଦେଇଛି ସଂଗଠନ। ଏହି କ୍ରମରେ ଆଜି ଵ୍ରହ୍ମପୁର ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ଟ୍ରାଫିକ ପୁଲିସ ଟାୱାର ସଂଲଗ୍ନ ଅବହେଳିତ ଅବସ୍ଥାରେ ଥିବା ସ୍ବର୍ଗତ ଶଶୀଭୂଷଣ ରଥଙ୍କ ପ୍ରତିମୂର୍ତ୍ତିକୁ ସଫାକରି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ସେହିପରି ଵ୍ରହ୍ମପୁରରେ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କର କାନ୍ଥ ଗୁଡିକରେ ମହାନଗର ନିଗମ ତରଫରୁ ରଙ୍ଗବେରଙ୍ଗ ଚିତ୍ର ମାନ ଅଙ୍କନ କରି ସହରକୁ ସ୍ବଛ ଓ ସୁନ୍ଦର କରିବାକୁ ପ୍ରୟାସ କରାଯାଉଛି। ଏଥିପୂର୍ବରୁ ପ୍ରଶାସନର ସହଯୋଗରେ ଟିମ କ୍ଲିନ ସିଟି ପକ୍ଷରୁ ଦୀର୍ଘ ୭ମାସରୁ ଅଧିକ କାଳ ଲାଗି ସହରକୁ ପୋଷ୍ଟର ମୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବିଏମସି ପକ୍ଷରୁ ସେସବୁ କାନ୍ଥରେ ରଙ୍ଗୀନ ଚିତ୍ର କରାଯାଇଥିଲା। ଯାହା ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଛି। ତେବେ ବର୍ତ୍ତମାନ ସହରରେ କିଛି ଅସାଧୁ ତଥା ସ୍ୱାର୍ଥପର ବ୍ୟବସାୟୀ ଚିତ୍ରଙ୍କନ ହୋଇଥିବା କାନ୍ଥ ମାନଙ୍କରେ ନିଜର ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ପୋଷ୍ଟର ମାନ ଲଗାଇ ସହରରେ ଥିବା ସୁନ୍ଦର କାନ୍ଥ ଗୁଡିକ କଦର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହ କିଛିଦିନର ବ୍ୟବଧାନରେ ପୁଣି ସ୍ଥଗିତ ଥିବା ପୋଷ୍ଟର ଚିରା ଅଭିଯାନକୁ ଆରମ୍ଭ କରିବାକୁ ବାଧ୍ୟ ହୋଇଛି। ଆଜି ଟିମ ପକ୍ଷରୁ ମେଡ଼ିକାଲ ପ୍ରଥମ ଗେଟ ନିକଟରୁ ପୁରୁଣା ବସଷ୍ଟାଣ୍ଡ ମଧ୍ୟରେ ଥିବା ପୋଷ୍ଟର ଲଗାଯାଇଥିବା କାନ୍ଥ ମାନଙ୍କରୁ ସମସ୍ତ ପୋଷ୍ଟର ହଟାଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଟିମର ଏପରି ଜନାଭିମୁଖୀ କାର୍ଯ୍ୟକୁ ସହରବାସୀ ପ୍ରଶଂସା କରୁଥିବା ଦେଖାଦେଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଟିମର ସମସ୍ତ ସଦସ୍ୟଙ୍କ ସହ ଟିମ କ୍ଲିନ ସିଟିର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବ୍ରହ୍ମପୁରର ଲଭଲି ଗ୍ରୁଫର କିଛି ସଦସ୍ୟଙ୍କ ସହଯୋଗରେ ଆଜିର ସଫେଇ ଓ ପୋଷ୍ଟର ଉଛେଦ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।

WhatsApp Image 2020 11 08 at 6.44.16 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: