ନୂଆଦିଲ୍ଲୀ,୧୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗକୁ ନିର୍ଦେଶ ଦେଇଛନ୍ତି ଯେ, ଆଗାମୀ ଦେଢ ବର୍ଷରେ ୧୦ ଲକ୍ଷ ସରକାରୀ ଚାକିରୀ ଦିଆଯିବ। ଏହି ଘୋଷଣା ଏଭଳି ସମୟରେ ହୋଇଛି, ଯେତେବେଳେ ବିରୋଧୀ ଦଳ ଲଗାତାର ଦେଶରେ ବେରୋଜଗାର ଓ ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗ ଉଶଉଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍ଓ) ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ସମସ୍ତ ବିଭାଗ ଓ ମନ୍ତ୍ରଣାଳୟରେ ମାନବ ସମ୍ବଳ ସ୍ଥିତିର ସମୀକ୍ଷା କରିବା ପରେ ନିର୍ଦେଶ ଦେଇଛନ୍ତି ଯେ, ସରକାର ଆଗାମୀ ୧.୫ ବର୍ଷରେ ମିସନ୍ ମୋଡ୍ରେ ୧୦ ଲକ୍ଷ କର୍ମୀଙ୍କୁ ଭର୍ତ୍ତି କରିବେ।’କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକର PMO ତରଫରୁ ଚାକିରି ଘୋଷଣା ଉପରେ ଟ୍ୱିଟ୍ କରି ଏହାକୁ ଏକ ଆତ୍ମନିର୍ଭରଶୀଳ ଭାରତ ହେବା ଦିଗରେ ଆଉ ଏକ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି , ପ୍ରଧାନମନ୍ତ୍ରୀ ମୋଦି ସମୟ ସହିତ ସରକାରଙ୍କୁ ଅଧିକ ଦାୟିତ୍ବବାନ୍ କରିଛନ୍ତି ଓ ସରକାରଙ୍କ ଧ୍ୟାନ ଏବେ ଲୋକଙ୍କ ଉପରେ କେନ୍ଦ୍ରୀତ ହୋଇ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |