ବ୍ରହ୍ମପୁର,୧୯/୯(ମନୋଜ ପାତ୍ର):ଆଙ୍କୋଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଦିନ ଛାତ୍ର ଛାତ୍ରୀମାନଙ୍କୁ ଘର ଘର ବୁଲି ପୁସ୍ତକ ଓ ଔଷଧ ବଣ୍ଟନ କରାଯାଇଥିଲା ।ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପାଢ଼ୀଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଏଲ.ସୁଦାମ ଦାସ ଯୋଗଦେଇ “ଉଜ୍ଜ୍ୱଳ ଉତ୍ବାନ” ପୁସ୍ତକ ଓ ଭିଟାମିନ ଔଷଧ ଛାତ୍ର ଛାତ୍ରୀଙ୍କୁ ବଣ୍ଟନ କରିଥିଲେ ।ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ କନକ କୁମାରୀ ପଣ୍ଡା, ନିଳେନ୍ଦ୍ରୀ ବ୍ରହ୍ମା, ନମିତା ମହାପାତ୍ର, ସବିତା ଶତପଥୀଙ୍କ ସମେତ ଅନ୍ୟ ଶିକ୍ଷୟତ୍ରୀ ମାନେ ଘରକୁ ଘର ବୁଲି ପୁସ୍ତକ ଓ ଔଷଧ ବଣ୍ଟନ କରିବା ସହ କରୋନା କବଳରୁ ମୁକ୍ତି ପାଇଁ ସଚେତନତା କରିଥିଲେ ।ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ନିୟମିତ ପିନ୍ଧିବା, ହାତ ସଫା କରିବା ରଖିବା ସହ ସରକାରଙ୍କ ନୀତି ନିୟମ ବିଷୟରେ ଛାତ୍ର ଛାତ୍ରୀଙ୍କୁ ଏବଂ ଅବିଭାବକ ମାନଙ୍କୁ ବୁଝାଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |