ଆଜିଠାରୁ ଆରମ୍ଭ ବିଧାନସଭା ଶୀତ ଅଧିବେସନ

ଭୁବନେଶ୍ୱର ୨୪/୧୧: ରାଜ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ଏହା ୨୪ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ।   ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ । ୩୦ ଓ ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ । ଏହି ଅଧିବେଶନରେ କୋଭିଡ୍ କଟକଣା ଉଠାଇ ଦିଆଯାଇଛି। କୋଭିଡ୍ ପୂର୍ବରୁ ଯେପରି ଗୃହ କାର୍ଯ୍ୟ ଚାଲୁଥିଲା, ଏବେ ସେହିପରି ଚାଲିବ। ଶୀତ ଅଧିବେଶନ ପୂର୍ବରୁ ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ସ୍ଥିର କରିଛି। ଚାଷ ଓ ଚାଷୀ ପ୍ରସଙ୍ଗକୁ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଇଛି ଦଳ। ଫସଲ ବୀମାରୁ ଚାଷୀ ବଞ୍ଚିତ ହେବା, ମଣ୍ତି ଅବ୍ୟବସ୍ଥା, କଟନି ଓ ଛଟନି ପ୍ରସଙ୍ଗରେ ସରକାରଙ୍କ ଜବାବ ତଲବ କରିବ ବିଜେପି । ସେହିପରି ୨ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରାଯିବ । ବିଧାନସଭା ଶୀତକାଳିନ ଅଧିବେସନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ । ରାଲି, ଧାରଣା ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ଷ୍ଟ୍ରାଇକିଂ ଫୋର୍ସ, କୁଇଜ ରେସପେନ୍ସ ଟିମ, ସ୍ପେଶାଲ ଟାକଟିକାଲ ୟୁନିଟ, ଆର୍ମଡ଼ ପୋଲିସ, ରୂପ ଟଫ ସିକ୍ୟୁରିଟି, ସାଧା ପୋଷାକ ଧାରୀ ପୋଲିସଙ୍କୁ ମୃତୟନ କରାଯିବ ।ଏହା ସହିତ ଅର୍ଚ୍ଚନା ନାଗ ମାମଲରେ ରାଜ୍ୟ ପୋଲିସର ନିଷ୍କ୍ରିୟତା ଏବଂ ବଡ଼ ବଡ଼ିଆଙ୍କୁ ଖସାଇ ଦେବାକୁ ଚେଷ୍ଟା ପ୍ରସଙ୍ଗ ବି ଉଠାଇବ ବିଜେପି । ଦାଦନ ସମସ୍ୟା, ମନରେଗା, ଠିକା ନିଯୁକ୍ତି ପ୍ରସଙ୍ଗ ଉଠାଇକୁ ବିଧାୟକ ଦଳ ବୈଠକରେ ନିଷ୍ପତି ହୋଇଥିବା ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି। ସେହିପରି କଂଗ୍ରେସ ଆରମ୍ଭରୁ ଅର୍ଚ୍ଚନା ପ୍ରସଙ୍ଗ ଉଠାଇବା ସହ ଚାଷୀ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: