ଆଜିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ

ଭୁବନେଶ୍ୱର ୧୨।୦୩: ଆଜିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଏହି ଅବସରରେ ବିଭାଗୀୟ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଆସନ୍ତା ୩୧ରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହୋଇ ପାରିତ ହେବ। ତେବେ ମଣ୍ତିରେ ଧାନ କିଣାରେ ଅବ୍ୟବସ୍ଥା, ଜଙ୍ଗଲରେ ନିଆଁ ଲାଗିବା, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଗୃହରେ ପୁଣି ଉଠାଇ ସରକାରଙ୍କୁ ଘେରିବେ ବିରୋଧୀ। ମଣ୍ତିରୁ ସବୁ ଧାନ କିଣିବାକୁ ସରକାର ଗୃହରେ ଘୋଷଣା କରିଥିଲେ ବି ,ମଣ୍ତିରେ ଚାଷୀଙ୍କ ଧାନ ଏପର୍ଯ୍ୟନ୍ତ ପଡ଼ି ରହିଛି। ତାକୁ ନେଇ ପୁଣି ଗୃହ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ସେହିପରି ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ । ସେସବୁକୁ ବିଧାନସଭାରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛି ବଜେଡି। ଏପ୍ରିଲ ୭ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟୟ ବଜେଟ ଅଧିବେଶନ ଚାଲିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: