ଯାଜପୁର,୧୪ା୧ : ଯାଜପୁର ଜିଲା ବିଂଝାରପୁର ରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ। ପ୍ରଭୂ ବରୁଣେଶ୍ୱର ବର୍ଷସାରା ଜଳରେ ନିମଗ୍ନ ରହିଥିବା ବେଳେ ଏହିଦିନ ପ୍ରଭୁଙ୍କୁ ଜଳ ନିଷ୍କାସନ କରି ବଡ଼ସିଂହାର ବେଶ କରାଯାଇଥାଏ । ପୂଜକ ମାନେ ଆଜି ଦିନ ଭୋର ୪ଟାରୁ ପ୍ରଭୂଙ୍କୁ ସୁସଜ୍ଜିତ ବେଶ କରାଇବା ପରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ବାବା ବରୁଣେଶ୍ୱର। ଭକ୍ତମାନଙ୍କ ପାଇଁ ମଧ୍ୟ ବଡ଼ଭୋଗ ଅର୍ପଣ କରାଯାଇଥାଏ । ଏହି କ୍ଷେତ୍ରଟି ପ୍ରଭୂ ବରୁଣ ଦେବଙ୍କ ତପସ୍ଥଳୀ ଭାବେ ପରିଚିତ । ଏହି ମନ୍ଦିର ପରିସରରେ ଦୁଇଟି ଚିର ସବୁଜ ବରୁଣ ବୃକ୍ଷ ଅନାଦିକାଳରୁ ରହିଆସିଛି । ଆଜି ହଜାର ହଜାର ଶ୍ରଦ୍ଧାଳୁ ବାବା ବରୁଣେଶ୍ୱରଙ୍କୁ ଦର୍ଶନ କରି ମୋକ୍ଷଲାଭ କରିଥାନ୍ତି । ଆଜି ଠାରୁ 9 ଦିନ ବ୍ୟାପୀ ଓଡିଶା ପ୍ରସିଦ୍ଧ ବରୁଣେଶ୍ୱର ମେଳା ଆୟୋଜିତ ହୋଇଥାଏ ।ଏହି ମେଳାରେ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ରହିଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |