ଇନ୍ଦୋର,୧।୩ : ଆଜି ଭାରତ ଓ ଅେଷ୍ଟ୍ରଲିଆ ବୁଧବାରଠାରୁ ୩ୟ ଟେଷ୍ଟମ୍ୟାଚ୍ ଖେଳିବେ। ଅଦ୍ୟାବଧି ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାରେ ୱାନ୍ୱେ ଟ୍ରାଫିକ୍ ଦେଖିବାକୁ ମିଳିଛି। ଖେଳା ଯାଇଥିବା ୨ଟି ଟେଷ୍ଟରେ ଏପରି ମୁକାବିଲା ହୋଇଛି | ପ୍ରଥମ ଟେଷ୍ଟରେ ଭାରତ ଇନିଂସ ବିଜୟ ହାସଲ କରିଥିବା ବେଳେ ୨ୟ ଟେଷ୍ଟକୁ ମଧ୍ୟ ଭାରତ ସହଜରେ ଜିତି ପାରିଥିଲା। ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ରହି ଭାରତ ବର୍ଡର-ଗାଭାସ୍କର ଟ୍ରଫି ହାତେଇ ପାରିଛି। ବାକି ୨ଟି ଟେଷ୍ଟରେ ଉଭୟ ଦଳଙ୍କ ଲକ୍ଷ୍ୟ ସ୍ପଷ୍ଟ। ୩ୟ ଟେଷ୍ଟକୁ ଜିତିଲେ ଭାରତ ଶୃଙ୍ଖଳା ଜିତିବା ସହ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ ଫାଇନାଲ ଖେଳିବାର ଟିକଟ ପାଇବ। ଏହାସହ ଅଷ୍ଟ୍ରେଲିଆକୁ ଗାଦିଚ୍ୟୁତ କରି ଭାରତ ବିଶ୍ବର ୧ନଂ ଦଳର ମାନ୍ୟତା ହାସଲ କରିପାରିବ। ଅନ୍ୟପକ୍ଷରେ ୩ୟ ଟେଷ୍ଟକୁ ଜିତିଲେ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ଜୀବନ୍ତ ରଖିପାରିବ। ଶୃଙ୍ଖଳା ନ ଜିତିଲେ ମଧ୍ୟ ଡ୍ର କରିବାର ସୁଯୋଗ ଉନ୍ମୁକ୍ତ ରଖିପାରିବ କଙ୍ଗାରୁଦଳ। ଏହି ମ୍ୟାଚ୍ ଜିତିଲେ ଭାରତ ଘରୋଇମାଟିରେ କ୍ରମାଗତ ୧୬ଶ ଟେଷ୍ଟ ଶୃଙ୍ଖଳା ଜିତିପାରିବ|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |