ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ

ନୂଆଦିଲ୍ଲୀ,୧୭।୨: ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ । ଦିଲ୍ଲୀ ଫିରୋଜ ସାହ କୋଟଲାରେ ଖେଳାଯିବ ମ୍ୟାଚ । ଆଗୁଆ ସିରିଜ୍ ସିଲ୍‌ କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ ।  ଆହତ ସମସ୍ୟା ଏବଂ ଭାରତୀୟ ସ୍ପିନରଙ୍କୁ ଖେଳିବାର ଦୁର୍ବଳତା ଭିତରେ ସଂଘର୍ଷ କରୁଥିବା ପ୍ୟାଟ୍ କମିନ୍ସଙ୍କ କଙ୍ଗାରୁ ଦଳ କିନ୍ତୁ ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରିବା ଆଶାରେ ରହିଛି । ଚେତେଶ୍ବର ପୂଜାରା ନିଜର ୧୦୦ତମ ଟେଷ୍ଟକୁ ସ୍ମରଣୀୟ ରଖିବାକୁ ନିଶ୍ଚିତ ଚାହିଁବେ । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ଖେଳୁଥିବା ଏହି ବ୍ୟାଟିଂ ପ୍ରାଚୀର ବିଗତ ୨ ବର୍ଷ ଭାରତ ମାଟିରେ ଭଲ କରିନାହାନ୍ତି ।  ଭାରତୀୟ ଦଳକୁ ଶ୍ରେୟସ ଆୟରଙ୍କ ପ୍ରତ୍ୟାବର୍ତ୍ତନ ଘଟିବ । ଆୟର ଆହତ ଥିବାରୁ ନାଗପୁରରେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ୍ ପଦାର୍ପଣ ସ‌ୁଯୋଗ ମିଳିଥିଲା । ଆଜିଠାରୁ୨ୟ ଟେଷ୍ଟମ୍ୟାଚ୍‌ ଖେଳାଯିବ।ଏହି ମ୍ୟାଚ୍‌ରେ ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀର ପିଚ ପ୍ରଥମ ଦିନରେ ବ୍ୟାଟିଂ କରିବା ସହଜ ହେବ। ଏହା ପରେ ସ୍ପିନ ବୋଲରମାନେ ଏଠାରେ ସହାୟତା ପାଇବେ। ଏଭଳି ପରିସ୍ଥିତିରେ କଙ୍ଗାରୁ ଦଳ ପିଚ୍‌ର ଫାଇଦା ଉଠାଇବାକୁ ଏବଂ ପ୍ରଥମ ଦିନରେ ବହୁ ରନ ସ୍କୋର କରିବାକୁ ଚାହୁଁଛି। ନାଗପୁରରେ ମଧ୍ୟ ଅଷ୍ଟ୍ରେଲିଆ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ଏହି ଦଳ ହାରିଥିଲା। ଏହି ମ୍ୟାଚରେ କଙ୍ଗାରୁ ଦଳ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି।ଏହି ମ୍ୟାଚରେ ଉଭୟ ଦଳ ପରିବର୍ତ୍ତନ କରିଛନ୍ତି। ଭାରତୀୟ ଦଳରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ସୁଯୋଗ ଦିଆଯାଇଛି। ଶେଷ ମ୍ୟାଚ୍‌ରେ ଶ୍ରେୟସ ଫିଟ ନ ଥିଲେ। ଫଳରେ ସୂର୍ଯ୍ୟକୁମାର ଯାଦବ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ, କିନ୍ତୁ ସେ କିଛି ବିଶେଷ କରିପାରି ନ ଥିଲେ। ଶ୍ରେୟସ ଫିଟ ହେବାପରେ ଦଳକୁ ଫେରିଛନ୍ତି। ଏଥି ସହିତ ଅଷ୍ଟ୍ରେଲିଆ ଦଳରେ ଦ୍ରୁତ ବୋଲର ସ୍କଟ ବୋଲାଣ୍ଡଙ୍କ ସ୍ଥାନରେ ମାଥ୍ୟୁ କୁହମାନଙ୍କୁ ସୁଯୋଗ ଦେଇଛି। ମ୍ୟାଟ ରେନସାଙ୍କ ସ୍ଥାନରେ ଟ୍ରାଭିସ ହେଡ ଦଳକୁ ଫେରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: