ଆଜିଠୁ ଆରମ୍ଭ ଶ୍ରୀମନ୍ଦିର ସେବାୟତଙ୍କ ଟୀକାକରଣ‌

ପୁରୀ ୧୭।୦୩: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ସେବାୟତଙ୍କ ଟୀକାକରଣ ।   ସକାଳ ୧୦ଟା ସମୟରେ ସେବାୟତମାନଙ୍କୁ ଟିକା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରାଯିବ । ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆଜିଠାରୁ କୋଭିଡ-୧୯ ଟୀକାକରଣ ଶିବିର ଶୁଭାରମ୍ଭ ହେବ। ସକାଳ ୧୦ ଟା ସମୟରେ ଶ୍ରୀମନ୍ଦିର ସେବାୟତ ମାନଙ୍କୁ କୋଭିଡ ଟିକା ପ୍ରଦାନ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରାଯିବ। ଲୋକନାଥ ରୋଡ ପ୍ରତିହାରୀ ନିଯୋଗ  ଠାରେ ଏହି ଟିକାକରଣ ଶିବିର ଅନୁଷ୍ଠିତ ହେବ । ଏହି ଶିବିରକୁ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିବେ। ଏହି ଟିକାକରଣ କାର୍ଯ୍ୟକ୍ରମ ଦିନ ୧୦ ଟାରୁ ଅପରାହ୍ନ ୫ ଟି ପର୍ଯ୍ୟନ୍ତ ଚାଲିବ। ୬୦ ବର୍ଷ ଠାରୁ ବୟସ୍କ ସେବାୟତ ମାନେ ଏହି ଟିକା ନେଇପାରିବେ। ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ପ୍ରଦାନ କରାଯିବା ସହ ଏଥିପାଇଁ ସେବାୟତ ମାନେ ସେମାନଙ୍କର ଆଧାର କାର୍ଡ ସାଙ୍ଗରେ ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: